ପାକିସ୍ତାନରେ ଦର ବୃଦ୍ଧିକୁ ନେଇ ହାହାକାର , ଅଟା, ଡାଲି ଓ ପରିବା ସମେତ ମାଂସ ଦର ଆକାଶ ଛୁଆଁ

ଇସ୍‌ଲାମାବାଦ: ପାକିସ୍ତାନରେ ଦର ବୃଦ୍ଧିକୁ ନେଇ ହାହାକାର । ଅଟା, ଡାଲି ଓ ପରିବା ସମେତ ମାଂସ ଦର ମଧ୍ୟ ଆକାଶ ଛୁଆଁ । ଏହା ସାଙ୍ଗାକୁ ପେଟ୍ରୋଲ ଦର ବୃଦ୍ଧି ଲୋକଙ୍କୁ ନୟାନ୍ତ କଲାଣି । ଏତେ ସବୁ ଅସୁବିଧାର ସମ୍ମୁଖିନ ହେଉଥିବା ପାକିସ୍ତାନର ଜନତା ଏକ ନିଆରା ଶୈଳୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ କଟାକ୍ଷ କରିଛି ।

            ଯାହା ଏବେ ପାକିସ୍ତାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଇମ୍ରାନ୍ ଖାନ୍‌ଙ୍କ ପ୍ରସିଦ୍ଧ ଡାଏଲଗ ‘ଘବରାନା ନହିଁ ହେ’ (ବିଚଳିତ ହେବାନି)ର ବ୍ୟବହାର କରାଯାଇଛି । ଏବଂ ଏହି ଭିଡିଓରେ ପିଲାଙ୍କ ସ୍କୁଲ ଫି’ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି ।

କରାଚୀ-ଲାହୋରରେ କୁକୁଡ଼ା ଦର ଆକାଶ ଛୁଆଁ

ପାକିସ୍ତାନର ଏଆରଓ୍ୱାଇ ନ୍ୟୁଜ୍ ରିପୋର୍ଟ ଅନୁସାରେ, କରାଚୀରେ ଜୀଅନ୍ତା କୁକୁଡ଼ାର ଦାମ୍ ୩୭୦ ଟଙ୍କା  ପ୍ରତି କିଲୋଗ୍ରାମ ଏବଂ ମାଂସର ଦାମ୍ ୫୦୦ ଟଙ୍କାରେ ପହଞ୍ଚିଛି । ଏହି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧକୁ ନେଇ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହେଉଥିବା ବେଳେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେହିଭଳି ଲାହୋରରେ ମାଂସ କିଲୋଗ୍ରାମ ପ୍ରତି ୩୬୫ ଟଙ୍କାରେ ପହଞ୍ଚିଛି ।

ଅପରପକ୍ଷରେ ଆଗକୁ ଗମ୍ଭୀର ରୋଷୋଇ ଗ୍ୟାସ୍ ସମସ୍ୟାର ସମ୍ମୁଖିନ ହେବ ପାକିସ୍ତାନ । ପାକିସ୍ତାନକୁ ଗ୍ୟାସ୍ ସପ୍ଳାଇ କରୁଥିବା କମ୍ପାନୀ ନର୍ଦନ ୫୦୦ ମିଲିୟନ୍ ଷ୍ଟେଣ୍ଡର୍ଡ କ୍ୟୁବିକ୍ ଫୁଟ୍ ପ୍ରତିଦିନ ଗ୍ୟାସ୍ ଅଭାବର ସମ୍ମୁଖିନ କରିବ । ଆଉ ପାକିସ୍ତାନ ସରକାର ସଠିକ ସମୟରେ ଗ୍ୟାସ୍ କିଣି ନଥିବାରୁ ଏହାର କୁପରିଣାମ ପାକିସ୍ତାନର ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ିବ ।

Leave A Reply

Your email address will not be published.