ଲଭ ମ୍ୟାରେଜର ପ୍ରତିଶୋଧ: ଭିଣୋଇର ମୁଣ୍ଡ କାଟି ଦେଲା ଭାଇ, ଭଉଣୀ କଲା ଆତ୍ମହତ୍ୟା

ଜବଲପୁର: ଭଲ ପାଇ ଜୀବନ ସାଥୀ ବାଛିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଭଉଣୀ ମଥାର ସିନ୍ଦୁର ନିଜ ଭାଇ ସବୁଦିନ ପାଇଁ ଲିଭାଇ ଦେଇଛି। ଲଭ ମ୍ୟାରେଜର ପ୍ରତିଶୋଧ ନେବାକୁ ଭାଇ ଜଣଙ୍କ ନିଜ ଭିଣୋଇର ମୁଣ୍ଡ କାଟି ଦେଇଛି। ଏହାପରେ କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କରିଛି।

ଏହି ଭୟଙ୍କର ଘଟଣାକୁ ସହି ନ ପାରି ଭଉଣୀ ଜଣଙ୍କ ବି ଆତ୍ମହତ୍ୟା କରିଛନ୍ତି। ଲଭ ମ୍ୟାରେଜ ପାଇଁ ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥିବାରୁ ଯୁବକ ଜଣଙ୍କ ଏପରି କରିଥିବା କହିଛନ୍ତି। ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ପୁଲିସ୍‌ କହିଛି ଯେ ୩୫ ବର୍ଷୀୟ ମିଣ୍ଟୁ ଶିବରାମ ଓରଫ ଧୀରଜ ଗୋଟିଏ କୁରାଢ଼ୀରେ ତା’ ଭିଣୋଇ ବିଜୟ କଶ୍ୟପଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଯୁବକ ଜଣଙ୍କ କଟାମୁଣ୍ଡ ସହ ଥାନାକୁ ଆସି ନିଜର ଦୋଷ ସ୍ୱୀକାର କରିଥିଲେ। ଏହି ଖବର ପାଇବା ପରେ ୧୯ ବର୍ଷୀୟ ଭଉଣୀ ଜଣଙ୍କ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ତେଲବାରା ଥାନାର ନିରୀକ୍ଷକ ସତୀଶ ପଟେଲ କହିଛନ୍ତି, ଧୀରଜ ପୁଲିସ ଷ୍ଟେସନକୁ ଏକ ଅଖା ଧରି ଆସିଥିଲା। ସେହି ଅଖା ଖୋଲିବା ମାତ୍ରେ ତା’ ଭିଣୋଇ ବିଜୟ କଶ୍ୟପଙ୍କ କଟାମୁଣ୍ଡ ମିଳିଥିଲା। ତିନିମାସ ତଳେ କଶ୍ୟପ ତା’ ଭଉଣୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାନ କରିଥିଲା। ଏହାପରେ ଦୁଇ ଜଣ ଯାକ ଫେରାର ହୋଇ ବାହା ହୋଇଯାଇଥିଲେ।

Leave A Reply

Your email address will not be published.