ଇନ୍ଦୋର: ଜଙ୍ଗଲ ନୁହେଁ କଂକ୍ରିଟ ଜଙ୍ଗଲରେ ବୁଲୁଛି ବାଘ । ବାଟରେ ଯିଏ ଆସୁଛି ତାକୁ ଆକ୍ରମଣ କରୁଛି । ଏହି ଜଙ୍ଗଲୀ ବାଘ ଆକ୍ରମଣରେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟାର ନିରନ୍ତର ପ୍ରୟାସ ପରେ ବାଘକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି ବନ ବିଭାଗ।
ଘଟଣାନୁଯାୟୀ, ଗୁରୁବାର ଜଙ୍ଗଲରୁ ବାଟ ଭୁଲି ଲିମ୍ୱୋଡି ଓ ଏହାର ଆଖପାଖ ଜନବସତି ଆଡ଼କୁ ମାଡ଼ି ଆସିଥିଲା କଲରାପତରିଆ ବାଘ । ଏବଂ ସହର ମଧ୍ୟରେ ଘୁରି ବୁଲୁଥିବା ବେଳେ ତା’ ହାବୁଡ଼େ ପଡ଼ିଥିବା ଲୋକଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ୱାରା ବର୍ଷକର ଝିଅ, ୩୦ ବର୍ଷୀୟ ମହିଳା, ଚିଡ଼ିଆଖାନା ଓ ବନ ବିଭାଗର ଜଣେ ଲେଖାଏଁ କର୍ମଚାରୀଙ୍କ ସମେତ ଜଣେ ଓ୍ୱାଚ୍ମ୍ୟାନ୍ ଆହତ ହୋଇଥିବା ସୂଚନା ରହିଛି । ତେବେ ଦୀର୍ଘ ଘଣ୍ଟାର କସରତ ପରେ ଏକ ନିର୍ମଣାଧୀନ କୋଠରେ ଧରାପଡ଼ିଛି ବାଘ ।ତାକୁ ବନ କର୍ମଚାରୀମାନେ ଡାର୍ଟ ଗନ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିବା କମଳା ନେହୁରୁ ଚିଡ଼ିଆଖାନା ଦାୟିତ୍ୱରେ ଥିବା ଡ. ଉତ୍ତମ ଯାଦବ ସୂଚନା ଦେଇଛନ୍ତି ।