ଆଉ ଜଣେ ଭଣ୍ଡବାବାଙ୍କ ନାଁରେ ଇଣ୍ଟରପୋଲ ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ବୀରେନ୍ଦ୍ର ଦେଓ ଦୀକ୍ଷିତଙ୍କ ନାଁରେ ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି। ଦିଲ୍ଲୀର ରୋହିନ ଅଞ୍ଚଳରେ ଆଶ୍ରମ କରି ଏହି ଆତ୍ମଘୋଷିତ ବାବା ଜଣଙ୍କ ଦୀର୍ଘ ବର୍ଷ ଧରି ଏକାଧିକ ଝିଅଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାଟି ୨୦୧୭ ମସିହା ଜୁନ୍‌ ମାସରେ ସାମ୍ନାକୁ ଆସିଥିଲା। ଉତ୍ତର ଦିଲ୍ଲୀର ବିଜୟ ବିହାର ଅଞ୍ଚଳରେ ଥିବା ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ପରିସରରେ ବୀରେନ୍ଦ୍ର ମହିଳାଙ୍କୁ ଯୌନ ଉତ୍ପୀଡ଼ନ ସହ ଶାରୀରିକ ନିର୍ଯାତନା ଦେଉଥିବା ଦୁଇଟି ଅଭିଯୋଗ ଦିଲ୍ଲୀ ପୁଲିସ୍‌ ପାଖରେ ପହଞ୍ଚିଥିଲା। କିଛି ଦିନ ମଧ୍ୟରେ ଦିଲ୍ଲୀ ପୁଲିସ୍‌ ଏକାଧିକ ଏଫଆଇଆର ରୁଜୁ କରି ଆତ୍ମଘୋଷିତ ବାବା ବୀରେନ୍ଦ୍ରଙ୍କୁ ଖୋଜୁ ଥିଲା। ହେଲେ ଘଟଣା ପରଠାରୁ ସେ ଫେରାର ହୋଇଯାଇଛନ୍ତି। କୁହାଯାଉଛି, ଭାରତରୁ ଫେରାର ହେବା ପରେ ସେ ନେପାଳରେ ଆତ୍ମଗୋପନ କରିଛନ୍ତି।

Leave A Reply

Your email address will not be published.