ଅହମ୍ମଦାବାଦ ଟେଷ୍ଟରେ ବାଜି ମାରିଲା ଭାରତ,୧୦ ୱିକେଟରେ ବିଜୟ ହାସଲ କରିବା ସହ ୨-୧ ମ୍ୟାଚରେ ଆଗୁଆ

ହମ୍ମଦାବାଦ: ଅହମ୍ମଦାବାଦ ଟେଷ୍ଟରେ ବାଜି ମାରିଲା ଭାରତ । ଭାରତଠୁ ହାରିଲା ଇଂଲଣ୍ଡ । ନରେନ୍ଦ୍ର ମୋଦି ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଭାରତ ହାସଲ କରିଛି ପ୍ରଥମ ଜିତ୍ । ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଭାରତ ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ସହ ୨-୧ ମ୍ୟାଚରେ ଆଗୁଆ ରହିଛି ।

ଇଂଲଣ୍ଡର ଦ୍ବିତୀୟ ଇନିଂସ ସମାପ୍ତି ପରେ ଭ୍ରମଣକାରୀ ଦଳର ପିଛା କରିଥିଲା ଭାରତ । ଇଂଲଣ୍ଡର ୪୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା ଓ କୌଣସି ଉଇକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ରୋହିତ୍ ଶର୍ମା ୨୫ ଓ ଶୁବମନ୍ ଗିଲ୍ ୧୫ ରନ୍ କରି ଅପରାଜିତ ରହିଥିଲେ।

ସେପଟେ ଭାରତୀୟ ସ୍ପିନର ଅକ୍ସର ପଟେଲ୍ ଓ ରବିଚନ୍ଦ୍ରନ୍ ଅଶ୍ବିନୀଙ୍କ ବୋଲିଂ ଲାଇନ୍ ଆଗରେ ତିଷ୍ଠି ପାରିନଥିଲେ ଇଂଲିଶ ବ୍ୟାଟସମ୍ୟାନ୍ । ଜ୍ୟାକ୍ କ୍ରଲି ଓ ଜନି ବେୟାରଷ୍ଟୋ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ । ଭାରତ ପ୍ରଥମ ଇନିଂସରେ ୧୪୫ ରନ୍ କରିଥିବାରୁ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୪୯ ରନର ଆବଶ୍ୟକତା ରହିଥିଲା । ଯାହାର ପିଛା କରି ଶେଷରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

Leave A Reply

Your email address will not be published.