ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ :ଜଣେ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ
ଶ୍ରୀନଗର: ଜମ୍ମୁ କଶ୍ମୀର ସୋପିଆନରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ୩ ଜଣ ଆତଙ୍କବାଦୀ । ସେହିପରି ଆତଙ୍କୀଙ୍କ ଆକ୍ରମଣରେ ଜଣେ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଏ ନେଇ କଶ୍ମୀର ଜୋନ୍ ପୋଲିସ ଇନ୍ସପେକ୍ଟଟର ଜେନେରାଲ ବିଜୟ କୁମାର ସୂଚିତ କରିଛନ୍ତି । ଏନକାଉଣ୍ଟରେ ନିପାତ ହୋଇଥିବା ଆତଙ୍କବାଦୀ ଏଲ୍ଇଟି ସଂଗଠନ ସହ ଜଡ଼ିତ ଥିବା ସୂଚନା ମିଳିଛି । ଆତଙ୍କୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ବୁଡ଼ଗାମ ଅଞ୍ଚଳକୁ ନାକାବାନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।