ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଦ୍ୱିତୀୟଥର ପାଇଁ ଆରମ୍ଭ ହେଲା ଶୁଣାଣି

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ଟ୍ରମ୍ପଙ୍କ ବିରୋଧରେ ଜାନୁଆରୀ ୬ରେ ହୋଇଥିବା ଆମେରିକା ସଂସଦ ଦଙ୍ଗାକୁ ଉସକେଇବା ମହାଭିଯୋଗର ଦ୍ୱିତୀୟ ଥର ଲାଗି ସିନେଟ୍ ରେ ଶୁଣାଣି ଆରମ୍ଭ ହୋଇଛି।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ହରାଇ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍ ନିର୍ବାଚନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳକୁ ସ୍ୱୀକାର କରି ନ ପାରି ଗତ ଜାନୁଆରୀ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ହିଂସା ଘଟାଇଥିଲେ। ଏଥିରେ ୫ ଜଣଙ୍କ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇଥିବା ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା।

ସେପଟେ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ଆସିଥିବା ମହାଭିଯୋଗ ପ୍ରସ୍ତାବ ସାମ୍ବିଧାନିକ ବୋଲି କହିଛି ସିନେଟ୍। ସୂଚନାଯୋଗ୍ୟ, ଜାନୁଆରୀ ୨୦ରୁ ଟ୍ରମ୍ପ ଫ୍ଲୋରିଡାରେ ଅଛନ୍ତି।

Leave A Reply

Your email address will not be published.