ନୂଆଦିଲ୍ଲୀ: ଗୋଟିଏ ପଟେ ପୂର୍ବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଅନ୍ୟପଟେ ଭାରତର ଘାତକ ଅଗ୍ନି-୫ କ୍ଷେପଣାସ୍ତ୍ରକୁ ମଝି ରାସ୍ତାରେ ଧ୍ୱଂସ କରିବା ପାଇଁ ଚୀନ୍ ତାର ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି । ଗତ କିଛି ଦିନ ପୂର୍ବେ ଉତ୍ତର ଚୀନ୍ ଅଞ୍ଚଳରେ ଏହି ପରୀକ୍ଷଣ କରାଯାଇଥିଲା । ଆଉ ଏହି ପରୀକ୍ଷଣ ସଫଳ ହୋଇଥିବା ମଧ୍ୟ ଚୀନ୍ ଦାବି କରିଥିଲା । ଚୀନ୍ର କହିବାନୁଯାୟୀ ଏହି ଆଣ୍ଟି ବଲାଷ୍ଟିକ୍ ମିସାଇଲ ନିର୍ଦ୍ଦିଷ୍ଟ କୌଣସି ଦେଶକୁ ଟାର୍ଗେଟ କରି ପରୀକ୍ଷା କରାଯାଇ ନାହିଁ । କିନ୍ତୁ ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଡ୍ରାଗନ୍ର ଏହି ଅଭ୍ୟାସ ହେଉଛି ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ।
ଚାଇନାର ରାଷ୍ଟ୍ରାୟତ୍ତ ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି ଯେ, ଏହି ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ମଧ୍ୟଭାଗରେ ଶତ୍ରୁର ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ଆଇଆରବିଏମ୍) କୁ ଅଟକାଇବାରେ କ୍ଷମତା ପ୍ରଦର୍ଶନ କରିବା । ଏଥି ସହିତ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ସିଷ୍ଟମରେ ଉପଗ୍ରହ ତଥା ସାଟେଲାଇଟ୍ ମଧ୍ୟ ନଷ୍ଟ କରାଯାଇପାରେ । ହଂକଂରୁ ପ୍ରକାଶିତ ଏକ ଖବରକାଗଜ ସାଉଥ ଚାଇନା ମର୍ନିଂ ପୋଷ୍ଟ ମଧ୍ୟ ଏହା କୁହାଯାଇଛି ।