ବ୍ରିଟେନ ଓ ଭାରତ ମଧ୍ୟରେ ପୁଣି ଉଡ଼ିବ ବିମାନ

ନୂଆଦିଲ୍ଲୀ: ବ୍ରିଟେନ ଓ ଭାରତ ମଧ୍ୟରେ ପୁଣିଥରେ  ବିମାନ ସେବା ଆରମ୍ଭ ହେବ।  ଜାନୁଆରୀ ୮ରୁ ସର୍ତ୍ତମୂଳକ ଭାବରେ ବିମାନ ଚଳାଚଳ କରିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ସୂଚନା ଦେଇଛନ୍ତି।

ୟୁକେ ଓ ଭାରତ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ନେଇ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଜାନୁଆରୀ ୮ରୁ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଉଡ଼ିବ।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବିମାନ ଚଳାଚଳ ମନ୍ତ୍ରାଳୟ ବ୍ରିଟେନକୁ ବିମାନ ଚଳାଚଳ ଡିସେମ୍ବର ୩୧ ଯାଏ ସ୍ଥଗିତ ରଖିଥିଲା। ଏହାପରେ ଜାନୁଆରୀ ୭ ଯାଏ ବୃଦ୍ଧି କରାଯାଇଥିଲା। ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କେବଳ ୧୫ଟି ବିମାନ ଉଡାଣକୁ ଅନୁମତି ମିଳିଛି।

Leave A Reply

Your email address will not be published.