ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର : ୨ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ଭାରତୀୟ ବାୟୁସେନାଙ୍କୁ ସଫଳତା । ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାଓଗାମ ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାଓଗାମ ଗ୍ରାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର ।
ଏହାପୂର୍ବରୁ ଗତକାଲି ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ । ନିହତ ଆତଙ୍କବାଦୀ ଜଣଙ୍କ କୁଲଗାମର ସେହପୋରା ନିବାସୀ ଶାହାଜାଦ ଅହମ୍ମଦବୋଲି ଜଣାପଡିଛି । ଗତ ବର୍ଷ ସେପ୍‌ଟେମ୍ବର ମାସରୁ ଆତଙ୍କୀ ଜଣଙ୍କ ସକ୍ରୀୟ ରହିଥିବା ବେଳେ ହିଜବୁଲ ମୁଜାହିଦ୍ଦିନଙ୍କ ସହ ଜଡିତ ଥିଲେ ଏବଂ ଅନେକ ମାମଲାରେ ସେ ମଧ୍ୟ ଜଡିତ ଥିବା ପୋଲିସ ରେକର୍ଡରୁ ଜଣାପଡିଛି ।

Leave A Reply

Your email address will not be published.