ଦୁଇ ବରିଷ୍ଠ ବୈଜ୍ଞାନିକଙ୍କ ଆକଳନ: ୨୦୨୨ ଫେବ୍ରୁଆରୀରେ ଦେଶରେ ପିକ୍‌ ଛୁଇଁପାରେ ଓମିକ୍ରନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏକ ଭୟର ବାତାବରଣ ନେଇ ଗତି କରୁଛି ସାରାବିଶ୍ୱ । ଏହି ଅବସରରେ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଓମିକ୍ରନକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ ଦେଶକୁ ଚିନ୍ତାରେ ପକାଇଛି । ତାହାହେଲା ୨୦୨୨ ଫେବ୍ରୁଆରୀରେ ଦେଶରେ ପିକ୍‌ ଛୁଇଁପାରେ ଓମିକ୍ରନ । ଏନେଇ ଆକଳନ କରିଛନ୍ତି ଦେଶର ଦୁଇ ବରିଷ୍ଠ ବୈଜ୍ଞାନିକ । ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୫୦ ହଜାରରୁ ୧ ଲକ୍ଷ ୮୦ ହଜାର ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଓ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ପ୍ରଫେସର ଏମ. ବିଦ୍ୟାସାଗର । ଓମିକ୍ରନ କ୍ଷେତ୍ରରେ ଟିକା କାମ ଦେବ ନାହିଁ ବୋଲି କହିଛନ୍ତି ଦୁଇ ବୈଜ୍ଞାନିକ । ଏହି ତଥ୍ୟ ସାମନାକୁ ଆସିବା ପରେ ଭାରତ ସରକାର ଏହାକୁ ପ୍ରତିହତ କରିବା ଦିଗରେ ନାନା ପଦକ୍ଷେପ ଗ୍ରହର କରିଥିବା ଜଣାଯାଇଛି ।

Leave A Reply

Your email address will not be published.