ପାକିସ୍ତାନକୁ ଆମେରିକାର କଡା ଭର୍ତ୍ସନା: ଆତଙ୍କବାଦର ଏନ୍ତୁଡ଼ିଶାଳ ପାଲଟିଛି ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଛି ପାକିସ୍ତାନ । ଆତଙ୍କବାଦୀ ସଂଗଠନର ଅନ୍ତ ପାଇଁ ପାକିସ୍ତାନର ପ୍ରତିବଦ୍ଧତା ନାହିଁ । ଆତଙ୍କବାଦର ଏନ୍ତୁଡ଼ିଶାଳ ସାଜିଛି ପାକିସ୍ତାନ । ଆମେରିକା ବାର୍ଷିକ ଆତଙ୍କବାଦ ରିପୋର୍ଟରେ ଏମିତି କିଛି ଲେଖି ପାକିସ୍ତାନକୁ କଡ଼ା ନିନ୍ଦା କରିଛି । ନିଜ ଦେଶରେ ଚାଲିଥିବା ଆଚଙ୍କବାଦ କାର୍ଯ୍ୟକଳାପକୁ ବିରାମ ଦେବାରେ ପାକିସ୍ତାନ ସୀମିତ ପ୍ରଗତି କହିଛି ଆମେରିକା । ପ୍ରକାଶିତ ରିପୋର୍ଟ ପ୍ରକାରେ, ୨୦୨୦ ମସିହାରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଓ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀ ଉପରେ ଲଗାମ ଲଗାଇବା ପାଇଁ ପଦକ୍ଷେପ ନେଇଛି ପାକିସ୍ତାନ ।

ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ସରକାର ଏବେବି ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ ୨୦୧୫ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନାର ମାନଦଣ୍ଡ ଅନୁସାରେ ପାକିସ୍ତାନ ସୀମିତ ପ୍ରଗତି କରିଛି । ନିର୍‌ଦ୍ଦିଷ୍ଟ ଭାବେ ଅବିଳମ୍ବେ ଆତଙ୍କବାଦୀ
ଲାହୋରର ଏକ ଆତଙ୍କବାଦ ବିରୋଧୀ ଅଦାଲତ ଫେବ୍ରୁଆରୀ ଓ ନଭେମ୍ବରରେ ଲସ୍କର ଏ ତୋଏବା (ଏଲଇଟି)ର ପ୍ରତିଷ୍ଠାତା ହାଫିଜ୍‌ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ ହାଫିଜ୍‌ ସଇଦକୁ ୫ ବର୍ଷ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ସେହି ସମୟରେ ପାକିସ୍ତାନ ଜୈଶ ଏ ମୋହମ୍ମଦ (ଜେଇଏମ୍‌)ର ପ୍ରତିଷ୍ଠାତା ମସୁଜ ଅଜହର ଓ ଲସ୍କରର ସାଜିଦ ମୀରଙ୍କ ଭଳି ପାକିସ୍ତାନ ମାଟିରେ ଥିବା ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ମକଦ୍ଦମା କରିବାରେ ପାକିସ୍ତାନ ବିଫଳ ହୋଇଛି ।

ବିଦେଶ ବିଭାଗ ଆହୁରି କହିଛି, ଜୈଶର ପ୍ରତିଷ୍ଠାତା ଓ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ଓ ୨୦୦୮ ମୁମ୍ବାଇ ଆକ୍ରମଣର ପ୍ରୋଜେକ୍ଟ ମ୍ୟାନେଜର ସାଜିଦ ମୀର ଭଳି ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।

Leave A Reply

Your email address will not be published.