ବିଶ୍ୱରେ ପ୍ରଥମ ମୁଣ୍ଡ ନେଲା ସୁପର ମ୍ୟୁଟାଣ୍ଟ ଓମିକ୍ରନ : ବ୍ରିଟେନରେ ଜଣଙ୍କର ମୃତ୍ୟୁ

ବିଟ୍ରେନ : କରୋନାର ନୂଆ ଭାରିଆଂଟ ସୁପର ମ୍ୟୁଟାଣ୍ଟ ଓମିକ୍ରନର ତାଣ୍ଡବ ବ୍ରିଟେନରେ ଆରମ୍ଭ ହୋଇଛି । ଓମିକ୍ରନ ଭୂତାଣୁରେ ଆକ୍ରାନ୍ତ ହୋଇ ବ୍ରିଟେନରେ ଜଣଙ୍କର ପ୍ରଥମ ମୃତ୍ୟୁ ହୋଇଛି । ଓମିକ୍ରନ ଷ୍ଟ୍ରେନ ପ୍ରଥମ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ । ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ମାମଲା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗୁଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ ବ୍ରିଟେନରେ ବୁଷ୍ଟର ଡୋଜ୍‌ ପ୍ରୋଗ୍ରାମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ମୃତ୍ୟୁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି ।

ସର୍ବାଧିକ ଥର ମ୍ୟୁଟେସନ ହୋଇଥିବା ଏହି ଷ୍ଟ୍ରେନରେ ପ୍ରଥମ ମୃତ୍ୟୁ ହେବା ପରେ ସମସ୍ତେ ଏହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବୋରିସ୍‌ । ଓମିକ୍ରନ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅତ୍ୟଧିକ ଲକ୍ଷଣ ଦେଖାଯାଉ ନଥିବାରୁ ଏହାକୁ କମ୍‌ ମାରାତ୍ମକ ବୋଲି ଭାବିବା ଠିକ୍‌ ନୁହେଁ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବା ସହ କରୋନା କଟକଣା ପାଳନ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେପଟେ ବ୍ରିଟେନରେ ନୂଆ ଭାରିଆଣ୍ଟ ଅତି ଭୟଙ୍କର ସ୍ଥିତି ଆଣିପାରେ ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Leave A Reply

Your email address will not be published.