ପୁଣି ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ : ୨ ଯବାନ ସହିଦ, ୧୪ ଯବାନ ଆହତ

କାଶ୍ମୀର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ । ଶ୍ରୀନଗର ନିକଟସ୍ଥ ଜେୱାନସ୍ଥିତ ପୋଲିସ କ୍ୟାମ୍ପ ନିକଟରେ ଏକ ବସ୍‌ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଯବାନମାନେ ଏକ ବସରେ ଯାଉଥିବାବେଳେ ପାନ୍ଥ ଛକରେ ଆତଙ୍କବାଦୀ ହାମଲା କରିଥିଲେ । ଆକ୍ରମଣରେ ୨ ଜଣ ସହିଦ ହୋଇଥିବାବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାମଲା ପରେ ସ୍ଥାନୀୟ ଅଞ୍ଚଳରେ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସର୍ଚ୍ଚ ଅପରସେନ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଯବାନ ଯାଉଥିବା ବସଟି ବୁଲେଟ ପ୍ରୁଫ ନଥିଲା ଓ ପୋଲିସମାନଙ୍କ ପାଖରେ ରାଇଫଲ ବଦଳରେ ଥିଲା ଲାଠି ଓ ସିଲଡ୍‌ । ସେମାନେ ଡ୍ୟୁଟି ସାରି ବାରାକକୁ ଫେରୁଥିଲେ । ସାଧାରଣତଃ ଏପରି ବସ୍‌ ସହିତ ଏକ ସଶସ୍ତ୍ର ପୋଲିସ ଗାଡ଼ି ଯାଇଥାଏ । କିନ୍ତୁ ଆଜି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯାହା ଫଳରେ ବସ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

Leave A Reply

Your email address will not be published.