ତେଜସ୍ୱୀଙ୍କ ବିବାହକୁ ମାମୁଁ ସାଧୁ ଯାଦବଙ୍କ ବିରୋଧ: ତେଜସ୍ୱୀଙ୍କ ଭଉଣୀ ରୋହିଣୀ ସାଧୁଙ୍କୁ କଂସ ବୋଲି କହି ଟ୍ୱିଟ କଲେ


ପାଟନା: ଲାଲୁ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବଙ୍କ ବିବାହକୁ ନେଇ ତେଜସ୍ୱୀଙ୍କ ମାମୁଁ ପ୍ରତିବାଦ କରିଛନ୍ତି । ତେଜସ୍ୱୀଙ୍କ ମାମୁଁ ସାଧୁ ଯାଦବ ଏହି ବିବାହରେ ଖୁସି ନଥିବା ବେଳେ ସେ ତେଜସ୍ୱୀଙ୍କ ଉପରେ ରାଗିଛନ୍ତି । ମାତ୍ର ଏହାକୁ ବିରୋଧ କରି ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ତାଙ୍କ ମାମୁଁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ସେ ସାଧୁ ଯାଦବଙ୍କୁ କଂସ ବୋଲି ଟ୍ୱିଟ କରି କହିଛନ୍ତି । ସେ ଆହୁରି ମଧ୍ୟ ଟ୍ୱିଟ କରିିଛନ୍ତି କି ଯଦି ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ କୃଷ୍ଣ ହୁଅନ୍ତୁ ।

ଶନିବାର ତେଜସ୍ୱୀ ଯାଦବଙ୍କ ଭଉଣୀ ରୋହଣୀ ଆଚାର୍ଯ୍ୟ ଟ୍ୱିଟ୍‌ କରି କହିଛନ୍ତି କି କଂସ ଆଜି ବି ସମାଜରେ ଅଛନ୍ତି, ଏହି କଥା ସେ ପ୍ରମାଣ କରିଦେଲେ । ଯଦି ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ କୃଷ୍ଣ ହୁଅନ୍ତୁ, ଦୁଷ୍ଟ କଂସ ପରି ଅନ୍ୟାୟ କର ନାହଁ ବୋଲି ଟ୍ୱିଟ୍‌ କରି କହିଛନ୍ତି ରୋହଣୀ ଆଚାର୍ଯ୍ୟ । ତେଜସ୍ୱୀ ଯାଦବ ଓ ରଶେଲ ଡିସେମ୍ବର ୯ରେ ବିବାହ କରିଥିଲେ । ସୂଚନା ଅନୁସାରେ ବିବାହ ପୂର୍ବରୁ ରଶେଲଙ୍କ ନାମ ପରିବର୍ତ୍ତନ କରି ରାଜେଶ୍ୱରୀ ଯାଦବ କରାଯାଇଥିଲା । ଏହି କଥାକୁ ନେଇ ତେଜସ୍ୱୀଙ୍କ ମାମୁଁ ସାଧୁ ଯାଦବ ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ଏହା ସମାଜ ପାଇଁ କଳଙ୍କ ବୋଲି କହିଥିଲେ ସାଧୁ ଯାଦବ ।

Leave A Reply

Your email address will not be published.