ବିପିନ ରାୱତଙ୍କ ମୃତ୍ୟ ପଛରେ ଚୀନର ଷଡଯନ୍ତ୍ର!

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ ସମସ୍ତ ଭାରତୀୟଙ୍କୁ ସ୍ତମ୍ଭୀଭୂତ କରି ଦେଇଛି । ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଚି । ବୀରପୁତ୍ରଙ୍କ ଅକାଳ ବିୟୋଗରେ ଲୁହରେ ଭିଜୁଛି ଦେଶ । ନେତାଙ୍କଠାରୁ ଜନତା ସବୁଠି ବିଶାଦର ଛାଇ । ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ୧୧ ବୀର ସନ୍ତାନଙ୍କୁ । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । ଏମିତି ସ୍ଥିତିରେ ଦୁର୍ଘଟଣାର କାରଣକୁ ନେଇ ଉଠୁଛି ଅନେକ ପ୍ରଶ୍ନ ଓ ସନ୍ଦେହ । ଏହି ସନ୍ଦେହର ନିଆଁରେ ଘିଅ ଢାଳିଛି ଚୀନ ।

ପୂରା ବିଶ୍ୱ ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିବା ବେଳେ ଚୀନର ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି ଏକ ସମ୍ବେଦୀନହୀନ ଖବର । ଯେଉଁଥିରେ ଭାରତୀୟ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି ।

ତା ସହିତ ଆମେରିକା ଉପରେ ଦୋଷ ଲଦି ଚୀନ ଏମିତି ଏକ ମନ୍ତବ୍ୟ ଦେଇଛି ଯାହା ସନ୍ଦେହକୁ ଆହୁରି ଘନିଭୂତ କରୁଛି । ଏଥିରେ ଋଷ ଓ ଭାରତ ମଧ୍ୟରେ ନିକଟରେ ହୋଇଥିବା ସାମରିକ ଚୁକ୍ତିକୁ ଇଙ୍ଗିତ କରାଯିବା ସହ ଆମେରିକା ଏଭଳି କାଣ୍ଡ ଘଟାଇଥାଏ ବୋଲି ଚୀନ କହିଛି । ଋଷ ଠାରୁ ଭାରତ ଏସ-୪୦୦ ମିଶାଇଲ କିଣିବାକୁ ଆମେରିକା ବିରୋଧ କରୁଥିଲା । ହେଲେ ଭାରତ ଆମେରିକାକୁ ଉପେକ୍ଷା କରି ଋଷ ସହ ଚୁକ୍ତି କରିଥିଲା ଓ ଏସ-୪୦୦ ମଧ୍ୟ ଭାରତକୁ ଆସିବା ଆରମ୍ଭ ହୋଇଯାଇଛି । ଏହି ଦୁର୍ଘଟଣା ଋଷ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରତିଫଳ ହୋଇଥାଇପାରେ ବୋଲି ଚୀନ ସରକାରୀ ଗଣମାଧ୍ୟମ ଉଲ୍ଲେଖ କରିଛି ।

ହେଲେ ସନ୍ଦେହ ଆମେରିକା ଉପରେ ନୁହେଁ ଚୀନ ଉପରକୁ ଆସୁଛି । ଦୁର୍ଘଟଣା ପଛରେ ଚୀନର ହାତ ଥିବା ସନ୍ଦେହ ଘନେଇବାରେ ଲାଗିଛି । ସତରେ କଣ ସିଡିଏସ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଷଡଯନ୍ତ୍ର ରଚିଥିଲା ଚୀନ ?

ଚୀନର ଏପରି ମନ୍ତବ୍ୟ ତା ଉପରେ ସନ୍ଦେହ କରିବାକୁ ବାଧ୍ୟ କରୁଛି । କାରଣ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ଦୁର୍ଘଟଣା ପଛରେ ଚୀନର ହାତ ଥିବା ଓ ଚୀନର ଏକଛତ୍ରବାଦ କମ୍ୟୁନିଷ୍ଟ ପାର୍ଟି ଏହି ଦୁର୍ଘଟଣାର ଷଡଯନ୍ତ୍ର ରଚିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି, ତାଇୱାନ ସେନାମୁଖ୍ୟ ଜେନେରାଲ ମିଙ୍ଗ ଓ ବିପିନ ରାୱତଙ୍କର ଚୀନ ବିରୋଧୀ ଆଭିମଖ୍ୟ ରହିଥିଲା । ଗତବର୍ଷ ଜେନେରାଲ ମିଙ୍ଗଙ୍କ ହେଲିକପ୍ଟର କ୍ରାସ୍‌ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ଉଭୟ ମିଙ୍ଗ ଏବଂ ରାୱତଙ୍କ ହେଲିକପ୍ଟର କ୍ରାସରେ ସାମଞ୍ଜସ୍ୟ ରହିଛି ।

ଚେଲାନୀଙ୍କ ଏହି ଟ୍ୱିଟକୁ ନେଇ ଚୀନ୍‌ ଆମେରିକା ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଏହାସହ ଭାରତର ପ୍ରତିରକ୍ଷା ମୁଖ୍ୟଙ୍କ ମୃତ୍ୟୁ କେବଳ ଭାରତୀୟ ସେନାର ଶୃଙ୍ଖଳାର ଅଭାବ ନୁହେଁ ଯୁଦ୍ଧ ପ୍ରସ୍ତୁତିର ଅଭାବକୁ ମଧ୍ୟ ଦର୍ଶାଉଛି ବୋଲି ଗ୍‌ଲୋବାଲ ଟାଇମ୍ସରେ ଆର୍ଟିକିଲ ଲେଖିଛି । ଏହାଛଡ଼ା ଦେଶର ସାମରିକ ଆଧୁନିକୀକରଣ ପାଇଁ ମଧ୍ୟ ଏକ ବଡ ଝଟକା ବୋଲି ଚୀନ୍‌ ବିଶେଷଜ୍ଞମାନେ କହିଛନ୍ତି ।

ସେ ଯାହା ବି ହୋଇଥାଉ ଯଦି ସନ୍ଦେହରେ ଟିକିଏ ବି ସତ୍ୟତା ଥିବ ତେବେ ଏହା ଦେଶ ପାଇଁ କେତେ ବିପଦ ଜାଣିପାରୁଥିବେ । ଯଦି ଚୀନ ଏହି ଷଡଯନ୍ତ୍ର ରଚିଥିବ ତେବେ କେମିତି ରଚିଲା ? ଏହା ଚୀନର କୌଣସି ସାଇବର ଆଟାକ ନୁହେଁ ତ ? ସନ୍ଦେହ ଉପୁଜିଥିବା ବେଳେ ଏ ଦିଗରେ ତଦନ୍ତ ହେବା ନିହାତି ଆବଶ୍ୟକ । ଆଶା ଭାରତ ସରକାର ବି ଏହା ଉପରେ ନଜର ରଖିଥିବେ ଓ ନିଶ୍ଚିତ ଏ ଦିଗରେ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବେ ?

Leave A Reply

Your email address will not be published.