ବିବାହ ବନ୍ଧନରେ ବାନ୍ଧିହେଲେ ଲାଲୁ ଯାଦବଙ୍କ ସାନପୁଅ ତେଜସ୍ୱୀ :ଏୟାର ହୋଷ୍ଟେସ୍‌ ଆଲେକ୍ସିସଙ୍କ ହାତ ଧରିଲେ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେଜସ୍ୱୀ ଯାଦବ ଏୟାର ହୋଷ୍ଟେସ୍‌ ଆଲେକ୍ସିସଙ୍କ ହାତ ଧରିଛନ୍ତି । ତେଜସ୍ୱୀ ଏବଂ ଆଲେକ୍ସିସ୍‌ ହେଉଛନ୍ତି ପୁରୁଣା ବନ୍ଧୁ । ଏମାନେ ପରସ୍ପରକୁ ୬ ବର୍ଷ ହେଲା ଜାଣିଛନ୍ତି । ଉଭୟଙ୍କର ନିର୍ବନ୍ଧ ହୋଇଥିଲା ଆଉ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ତେଜସ୍ୱୀଙ୍କ ନିର୍ବନ୍ଧ ଏବଂ ବିବାହର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ସୈନିକ ଫାର୍ମରେ ହୋଇଛି । ଏହି ସୈନିକ ଫାର୍ମତାଙ୍କ ଭଉଣୀ ମିସା ଭାରତୀଙ୍କର । ଫାର୍ମରଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ତେଜସ୍ୱିଙ୍କ ଧର୍ମପତ୍ନୀ ଆଲେକ୍ସିସ୍‌ ପୂର୍ବରୁ ଜଣେ ଏୟାରହୋଷ୍ଟେସ୍‌ ଥିଲେ । ସେ ଦିଲ୍ଲୀର ବସନ୍ତ ବିହାରରେ ରୁହନ୍ତି ଏବଂ ତାଙ୍କ ପିତା ଚଣ୍ଡିଗଡ଼ର ଏକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ । କୁହାଯାଉଛି ଯେ ଆଲେକ୍ସସ୍‌ ଏବଂ ତେଜାସ୍ୱୀଙ୍କର ବନ୍ଧୁତା ପ୍ରାୟ ୬ ବର୍ଷ ପୂରୁଣା । ଆଲେକ୍ସସ୍‌ ଏକ ଖ୍ରୀଷ୍ଟିଆନ ପରିବାରର ହୋଇଥିବାରୁ ଲାଲୁ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଏପରିକି ପରିବାରର କେହି ମଧ୍ୟ ଏହି ସମ୍ପର୍କରେ ଖୁସି ନଥିଲେ । ଶେଷରେ ତେଜସ୍ୱୀ ଓ ଆଲେକ୍ସା ସମସ୍ତଙ୍କୁ ବୁଝେଇବା ପରେ ପରିବାର ରାଜି ହୋଇଥିଲେ ।

Leave A Reply

Your email address will not be published.