ବ୍ରିଟେନରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ

ଲଣ୍ଡନ: କରୋନାର ନୂଆ ରୂପ ଓମିକ୍ରନ ବ୍ୟାପିବାକୁ ରୋକିବା ନେଇ ବ୍ରିଟେନ ସରକାର ମଙ୍ଗଳବାର ଠାରୁ ନୂଆ ନିୟମ ଲାଗୁ କରିଛନ୍ତି । ଯାହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀ ନିଜ ଯାତ୍ରାର ୪୮ ଘଂଟା ପୂର୍ବରୁ କୋଭିଡ-୧୯ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ରହିଛି । ଓମିକ୍ରନ ସନ୍ଧିଗ୍ଧ ପ୍ରଥମ ୧୦ ଦିନ ନିଜକୁ ଆଇସୋଲେସନ୍‌ରେ ରଖିବାକୁ ମଧ୍ୟ କୁହାଯାଇଛି । କୋଭିଡର ଉଭୟ ଡୋଜ ନେଇସାରିଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ରହିଛି ।

ଅନ୍ୟପକ୍ଷରେ ବ୍ରିଟେନ୍‌ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍‌ ଜାବେଦ ସଂସଦରେ କହିଛନ୍ତି କି ଦେଶରେ କରୋନାର ନୂଆ ଭାରିଆଂଟର ୩୩୬ ମାମଲା ସାମ୍ନାକୁ ଆସିଛି । ଇଂଲଣ୍ଡରେ କରୋନାର ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇସାରିଛି । ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୬୧ ମାମଲା ସାମ୍ନାକୁ ଆସିଛି । ସେହିପରି ସ୍କଟଲାଣ୍ଡରେ ୭୧ ଏବଂ ୱେଲ୍ସରେ ୪ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି ବୋଲି ସଂସଦରେ କହିଛନ୍ତି ସାଜିଦ୍‌ ଜାବେଦ । ସଂସଦରେ ସାଜିଦ୍‌ ଜାବେଦ ଆହୁରି କହିଛନ୍ତି କି ଅଧିକାଂଶ କେସ୍‌ ଏମିତି ରହିଛି କି ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ତେବେ ଆମେ ଏହାକୁ ଦେଖି କହୁଛୁ କି ବ୍ରିଟେନର କିଛି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । ଜାବେଦ ୟୁକେ ହେଲଥ୍‌ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଡାଟାକୁ ମଧ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଓମିକ୍ରନର ସମୟସୀମା ଡେଲଟା ଭାରିଆଂଟଠାରୁ କମ୍‌ ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି କି ଏପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡ଼ିନାହିଁ କି ଓମିକ୍ରନ୍‌ ଭାରିଆଂଟ କେତେ ଭୟଙ୍କର ଏବଂ ଟୀକା ଏହି ଭାରିଆଂଟ ଉପରେ କେତେ ପ୍ରଭାବ ପକାଇବ ।

Leave A Reply

Your email address will not be published.