କୋଭିଡ ମହାମାରୀ ବିରୋଧରେ ନୂଆ ସମୀକରଣ : ମିକ୍ସଡ ଟୀକା ବଢ଼ାଉଛି ଅଧିକ ପ୍ରତିଷେଧକ କ୍ଷମତା

ଲଣ୍ଡନ: କରୋନା ଭାଇରସର ନୂଆ ଭାରିଆଂଟ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । କରୋନାର ଏହି ନୂଆ ଭୂତାଣୁକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଏହାରି ଭିତରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । କରୋନା ମହାମାରୀ ପାଇଁ ତିଆରି ତିଆରି ହୋଇଛି ଏକନୂଆ ସମୀକରଣ । ଏହି ନୂଆ ସମୀକରଣ ବା କକ୍‌ଟେଲ ଡୋଜ ବଢ଼ାଇବ ରୋଗ ପ୍ରତିଷେଧକ କ୍ଷମତା । ଆଷ୍ଟ୍ରାଜେନିକା ଓ ଫାଇଜର ଟିକାର ପ୍ରଥମ ଡୋଜ୍‌ ପରେ ଦ୍ୱିତୀୟ ଡୋଜ୍‌ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ନେବା ଦ୍ୱାରା କୋଭିଡ-୧୯ ବିରୋଧରେ ପ୍ରତିଷେଧକ କ୍ଷମତା ବୃଦ୍ଧି ହୋଇଥାଏ । କିଛି ଏଭଳି ତଥ୍ୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ମ୍ୟାଗାଜିନ୍‌ ଲେସେଂଟରେ ପ୍ରକାଶିତ । ୧ହଜାର ୭୦ଜଣଙ୍କୁ ନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଜଣାପଡ଼ିଛି ।

ବ୍ରିଟେନରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଅଧ୍ୟୟନରେ ଜଣାପଡ଼ିଛି ଯେ, ଆଷ୍ଟ୍ରାଜେନିକା କିମ୍ୱା ଫାଇଜର ଟିକା ପ୍ରଥକ ଡୋଜ୍‌ ପରେ ଦ୍ୱିତୀୟ ଡୋଜ୍‌ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ଲଗାଇବା ଦ୍ୱାରା ପ୍ରତିଷେଧକ କ୍ଷମତା ଅଧିକ ଦୃଢ଼ ହୋଇଥାଏ । ବିଶ୍ୱବିଦ୍ୟାଳୟ ଆସୋସିଏଟ୍‌ ଫ୍ରଫେସର ମେଥ୍ୟୁ ସ୍ନେପ କହିଛନ୍ତି, ଏହି ପ୍ରକାରର ଗବେଷଣା ନେଇ ଧନ୍ୟବାଦ । ଏହା ଦ୍ୱାରା ଆମେ ଜାଣିପାରିଲେ ଯେ, ଭିନ୍ନ ଭିନ୍ନ କୋଭିଡ ଟିକା କିଭଳି ନେଇପାରିବା ।

ସୂଚନା ଯୋଗ୍ୟ ଯେ, ଭାରତରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଟିକା କୋଭିସିଲ୍ଡ ନାମରେ ବ୍ୟବହାର ହେଉଛି ।

Leave A Reply

Your email address will not be published.