ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲଙ୍କ ପୂର୍ବାନୁମାନ: ଓମିକ୍ରିନ ଭାରତରେ ତୃତୀୟ ଲହର ସୃଷ୍ଟି କରିବ

ନୂଆଦିଲ୍ଲୀ: କରୋନାର ନୂଆ ଭୂତାଣୁ ଓମିକ୍ରିନକୁ ନେଇ ନୂଆ ତଥ୍ୟ ସାମନାକୁ ଆସିଛି । ଏହା ଭାରତରେ ତୃତୀୟ ଲହର ଭାବେ ଉଭା ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛନ୍ତି କରିଛନ୍ତି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ । ୨୦୨୨ର ପ୍ରଥମ ସପ୍ତାହରେ ଅର୍ଥାତ ଫେବୃଆରୀ ମାସରେ ଏହା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି ବୋଲି ସେ କହିଛନ୍ତି । ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଂଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି । ପ୍ରଫେସର ମଣୀନ୍ଦ୍ର ଆନାଲିସିସ କରିବା ସହ ଏ ଓମିକ୍ରନର ଭୟଙ୍କର ରୂପକୁ ନେଇ ତଥ୍ୟ ହସ୍ତଗତ କରିଛନ୍ତି ।

ପ୍ରଫେସର ଅଗ୍ରୱାଲଙ୍କ ତଥ୍ୟ ଅନୁଯାୟୀ- ନାଇଟ କର୍ଫ୍ୟୁ, ଜନଗହଳି ଉପରେ ପ୍ରତିବନ୍ଧକ ନଲଗାଇଲେ ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିବ । ଦକ୍ଷିଣ ଆଫ୍ରିକାରେ ବର୍ତମାନ ଯେଉଁଭଳି ସ୍ଥିତି ଉପୁଜିଛି, ତାହା ଅତ୍ୟନ୍ତ ଉଦବେଗଜନକ ରହିଛି । ବର୍ତମାନ ପ୍ରରିପେକ୍ଷୀରେ ବିଭନ୍ନ ଦେଶର ମାମଲାକୁ ନେଇ କେସ ଷ୍ଟଡ଼ି କରିଛନ୍ତି ମଣୀନ୍ଦ୍ର । ତେବେ ତାଙ୍କ ଆକଳନରେ ଉଲ୍ଲେଖ ରହିଛି ଫେବୃଆରୀ ମାସରେ ପିକରେ ପହଁଚିବ କୋଭିଡ଼ ମାମଲା । ଦେଢ ଲକ୍ଷ କୋଭିଡ ମାମଲା ଦେଶରେ ଦୈନିକ ଚିହ୍ନଟ ହେବା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.