୨୦ ଦିନ ଧରି ମାଆଙ୍କୁ ବନ୍ଦୀ କରି ରଖଥିଲା ରାକ୍ଷାସ ପୁଅ, ଭୋକରେ ଚାଲିଗଲା ମାଆର ଜୀବନ

ମଧ୍ୟପ୍ରଦେଶ : ମା ତାର ସନ୍ତାନଟିକୁ ଜନ୍ମ ଦେବା ପରେ ତାର ଲାଳନପାଳନ କରିବା ପାଇଁ କେତେ କଷ୍ଟ କରିଥାଏ । ଜୀବନକୁ ଜଳାଞ୍ଜଳି ଦେଇ ସନ୍ତାନର ସୁଖ ଚାହିଁଥାଏ । ମାତ୍ର ଜନ୍ମକଲା ମାଆଙ୍କୁ ଏକ ରାକ୍ଷାସ ପୁଅ ୨୦ ଦିନ ଧରି ବନ୍ଦୀ କରି ରଖିଥିବା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ଜନ୍ମ କଲା ମାକୁ ୨୦ ଦିନ ଧରି ଘରେ ବନ୍ଦୀ ରଖିଥିଲା ପୁଅ । ଭୋକରେ ଚାଲିଗଲା ମାଆ ଜୀବନ । ପୋଲିସ ଖବର ପାଇ ଚିକିତ୍ସା ନିମନ୍ତେ ମହିଳାଙ୍କୁ ଡାକ୍ତରଖାନା ନେବା ପରେ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନାନୁସାରେ, ବିଶଲପୁରନଗରର ଦୁର୍ଗାପ୍ରସାଦ କଲୋନୀ ରାମଲୀଳା ମଇଦାନ ନିକଟ ପାଳିକାର ସରକାରୀ ଆବାସରେ କଲୋନୀ ବାସିନ୍ଦା ଶ୍ରୀକୃଷ୍ଣଙ୍କ ପତ୍ନୀ ଲଲ୍ଲୀ ଦେବୀ ପାଖାପାଖି ଏକ ବର୍ଷ ହେବ ସେଠାରେ ରହିଆସୁଥିଲେ । ପୁଅ ପଙ୍କଜ ଲଲ୍ଲୀ ଦେବୀଙ୍କୁ ଘରେ ତାଲା ପକାଇ କେଉଁଆଡେ ପଳାଇଥିଲା । ଦୀର୍ଘ ୨୦ ଦିନ ହେବ ସେ ଆଉ ଘରକୁ ଫେରିନଥିଲା । ଲୋକଙ୍କୁ ଖାଦ୍ୟ ପାଇଁ ଲଲ୍ଲୀ ଦେବୀ ଗୁହାରି କରିଥିବା ବେଳେ ବହୁ କଷ୍ଟରେ ଲୋକେ ଝରକା ବାଟେ ଖାଦ୍ୟ ଦେଉଥିଲେ । ଶରୀରକୁ ଯଥେଷ୍ଟ ପରିମାଣର ଖାଦ୍ୟ ନ ମିଳିବାରୁ ଲଲ୍ଲୀ ଦେବୀ ଅସୁସ୍ଥ ହୋଇପଡ଼ିଥିଲେ । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ନିମନ୍ତେ ପୋଲିସ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲା । ପୋଲିସ ଅଧିକାରୀ ପବିତ୍ର ମୋହନ ତ୍ରିପାଠୀଙ୍କ ସୂଚନାକ୍ରମେ, ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ପୁଅକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।

Leave A Reply

Your email address will not be published.