ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟ ଓମିକ୍ରିନ ଭାଇରସ ସାରା ବିଶ୍ୱକୁ ଡରାଉଥିବା ବେଳେ ଭାରତ ଏହାକୁ ଆଖି ଆଗରେ ରଖି କିଛି ବଡ ନିଷ୍ପତି ନେଇଛି । ଏଣିକି ଡିସେମ୍ବର ୧୫ରୁ ବିଦେଶକୁ ଭାରତରୁ କମର୍ସିଆଲ ବିମାନ ଚଳାଚଳ କରିବ ନାହିଁ । ଏହି ନିଷ୍ପତି ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାଇରସ ଭୟ ବଢାଇଥିବାବେଳେ ଅନେକ ଦେଶକୁ ମଧ୍ୟ ଏହି ଭୁତାଣୁ ବ୍ୟାପିବାରେ ଲାଗିଛି ।
ତେବେ ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୧୫ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ ଲାଗିଛି । ଏହା କେବଳ ସାମାନ୍ୟ କଟକଣା । ସବୁଦିନ ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଏହା ସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ କଡା ନଜର ରଖାଯାଇଛି ।