ଓମିକ୍ରନକୁ ନେଇ ରାଜ୍ୟ ସରକାର ଜାରି କଲେ ଗାଇଡ୍‌ଲାଇନ୍‌ : ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ବିମାନ ମନା , ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କେନ୍ଦ୍ରର ଆଡଭାଇଜରୀ ଜାରି


ଭୁବନେଶ୍ୱର/ ନୂଆଦିଲ୍ଲୀ ,(ଏସ୍‌.ନ୍ୟୁଜ): ଓମିକ୍ରନକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି । ସେହିଭଳି ଓଡ଼ିଶା ସରକାର ମଧ୍ୟ ନୂଆ ଭାରିଏଂଟକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି । ଏହି ଭାରିଏଂଟ ହୁଏତ କରୋନାର ତୃତୀୟ ଲହର କୁହାଯାଇପାରେ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଉଊଗଙମାନଙ୍କୁ ସଜାଗ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଏବେ ମାସେ ଭିତରେ ଭୁବନେଶ୍ୱରକୁ କୌଣସି ଆନ୍ତର୍ଜାତିକ ବିମାନ ଆସି ପାରିବ ନାହିଁ । ଦକ୍ଷିଣ ଆଫ୍ରିକା, ବ୍ରିଟେନ୍‌ ଭଳି ଭାଇରସ ଚିହ୍ନଟ ଦେଶରୁ ନନ ସେଡୁଲ୍‌ ବିମାନକୁ ଅନୁମତି ନାହିଁ । ଯଦି ୧୫ ତାରିଖରେ ଆନ୍ତର୍ଜାତିକ ଫ୍ଲାଇଟ୍‌ ରୁଟ୍‌ ଖୋଲେ ତାହେଲେ ମଧ୍ୟ ଭୁବନେଶ୍ୱରକୁ ଅନୁମତି ଦିଆଯିବ ନାହିଁ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି । ବିମାନ ବନ୍ଦର କର୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଦିଲ୍ଲୀରେ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରାଯାଉଛି ବୋଲି ସେ କହିଛନ୍ତି ।

ସେହିପରି ନୂଆ ଭାରିଏଂଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୂଆ ଗାଇଡଲାଇନ୍‌ ଜାରି କରିଛି । ଯେଉଁଥିଲେ ଉଲ୍ଲେଖ ହୋଇଛି ଯେ ବିଦେଶରୁ ଆସିଲେ କ୍ୱାରେଂଟାଇନ୍‌ ବାଧ୍ୟତାମୂଳକ । ନୂଆ ଭୂତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି । ତେଣୁ ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଂଟାଇନ୍‌ , ଟେଷ୍ଟିଂ ଓ ଜିନମ୍‌ ସିକ୍‌ୱେନ୍ସ ବାଧ୍ୟତାମୂଳକ ରହିବ । ତେବେ ସମସ୍ତେ କରୋନା କବଚ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ଯେ କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ । ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.