କାନ୍ଦି ପକାଇଲେ ଚନ୍ଦ୍ରବାବୁ ନାଇଡୁ,କହିଲେ ମୁଁ ମୁଖ୍ୟମନ୍ତ୍ରୀ ନ ହେବା ପର୍ଯ୍ୟନ୍ତ ବିଧାନସଭା ମାଟି ମାଡିବି ନାହିଁ

ହାଇଦ୍ରାବାଦ: ଆଜି ଆନ୍ଧ୍ର ପ୍ରଦେଶର ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ସଶକ୍ତିକରଣ ପ୍ରସଙ୍ଗରେ ମୁହାଁମୁହଁ ହୋଇଥିଲେ ଶାସକ ଓ୍ବାଇଏସଆର କଂଗ୍ରେସ ଓ ବିରୋଧୀ ଟିଡିପି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ ଓ୍ବାଇଏସଆର କଂଗ୍ରେସ ବିଧାୟକ । ଯାହାକୁ ବିରୋଧ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏଥିସହ ସଙ୍ଗେ ସଙ୍ଗେ କକ୍ଷ ତ୍ୟାଗ କରିଥିଲେ ।

ଏହା ପରେ ନିଜ ବିଧାୟକମାନଙ୍କୁ ପ୍ରେସମିଟରେ ସମ୍ବୋଦ୍ଧିତ କରିବା ଅବସରରେ ନିଜର କୋହ ସମ୍ଭାଳି ନପାରି ସେ କାନ୍ଦି ପକାଇଥିଲେ । କହିଥିଲେ ମୋ ୪୦ ବର୍ଷର ରାଜୈନିତକ କ୍ୟାରିୟରରେ ମୁଁ ଏତେ କଷ୍ଟ ପାଇନି । ଅଢେଇ ବର୍ଷ ଧରି ମୋ ମାନ ସମ୍ନାନ ଓ ସ୍ବାଭିମାନ ଉପରେ ପ୍ରହାର କରାଯାଉଛି । ହେଲେ ମୁଁ ଚୁପ ରହୁଛି, ତେବେ କୌଣସି କାରଣ ନ ଥାଇ ମୋ ପତ୍ନୀଙ୍କ ବିଷୟରେ ବିଧାୟକ ଯେଉଁ ଟିପ୍ପଣୀ ଦେଲେ ତାହା ଦୁର୍ଭାଗ୍ୟଜନକ । ଏଭଳିକି ଏହି ସମୟରେ ବିଧାୟକଙ୍କୁ ଅଟକାଇନଥିଲେ ବାଚସ୍ପତି । ଏହା ବହୁ ଯନ୍ତ୍ରଣା ଦେଇଥିଲା, ଏଣୁ ମୁଁ ମୁଖ୍ୟମନ୍ତ୍ରୀ ନ ହେବା ପର୍ଯ୍ୟନ୍ତ ବିଧାନସଭା ମାଟି ମାଡିବି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ ।

Leave A Reply

Your email address will not be published.