ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ରେଡ୍

ମୁମ୍ବାଇ:  ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ରେଡ୍ କରିଛି । ଏହି ଚଢ଼ାଉ ଅନନ୍ୟା ପାଣ୍ଡେଙ୍କ ବାନ୍ଦ୍ରାସ୍ଥିତ ଘରେ କରାଯାଇଛି । ତେବେ ଏହି ମାମଲାରେ ଅଧିକ ତଥ୍ୟ ମିଳିନଥିବା ବେଳେ ଡ୍ରଗ୍ସକୁ ନେଇ କୌଣସି ମାମଲା ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏନସିବି ରେଡ୍ କରିଥାଇପାରେ ବୋଲି ଅନୁମାନ ଲଗାଯାଉଛି । ତେବେ ଅନନ୍ୟା ହେଉଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବନ୍ଧୁ । ଅନ୍ୟପଟେ ଆର୍ଯ୍ୟନଙ୍କ ଫୋନ୍ ରେ ଯେଉଁ ଅଭିନେତ୍ରୀଙ୍କ ଚାଟ୍ ରହିଥିଲା ସେ ଆଉ ଅନନ୍ୟା ନୁଅନ୍ତି ତ? ସେ ନେଇ ମଧ୍ୟ ଆଶଙ୍କା କରାଯାଉଛି । ଉକ୍ତ ଅଭିନେତ୍ରୀ ଅନନ୍ୟା ମଧ୍ୟ ହୋଇଥାଇପାରନ୍ତି । ଆର୍ଯ୍ୟନଙ୍କ ଫୋନରେ ରହିଥିବା ଚାଟ୍ ରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା କରାଯାଇଥିବା ଦେଖିବାକୁ ମିଳିଛି । ଏହି ଚାଟ୍ ଆଧାରରେ ଆର୍ଯ୍ୟନଙ୍କର ବାକି ସାଙ୍ଗମାନଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଛି । ସୁଚନାଯୋଗ୍ୟ, ଶାହରୁଖ ଖାନଙ୍କ ଘର ମନ୍ନତରେ ଏନସିବି ଚଢ଼ାଉ କରିଛି । ସେଠାରେ ଏବେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.