ଆଇସିସିର ୯୦ ପ୍ରତିଶତ ଫଣ୍ଡିଂ ଭାରତ ଯୋଗାଇଥାଏ , ଭାରତ ସହାୟତା ବନ୍ଦ କଲେ PCB ଭିକାରି ହୋଇଯିବ: ରମିଜ ରାଜା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ନେଇ ଏକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ରମିଜ ରାଜା । ତେବେ ରମିଜଙ୍କ ଏହି ବୟାନ୍ ପରେ ପାକିସ୍ତାନରେ ଆରମ୍ଭ ହୋଇଯାଇଛି ହଙ୍ଗାମା । ଏକ ବୈଠକରେ ଏହି ମନ୍ତବ୍ୟ ଦେବା ସମୟରେ ଜଣେ ସଦସ୍ୟ କହିଥିଲେ ଯେ, ଭାରତ ପିସିବିଙ୍କୁ ଫଣ୍ଡିଂ ଦେଉନାହିଁ । ତେବେ ଏ କ୍ଷେତ୍ରରେ ପିସିବି କିପରି କ୍ଷତି ସହିବ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ଜବାବରେ ରମିଜ କହିଥିଲେ ଯେ, ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ୯୦ ପ୍ରତିଶତ ଫଣ୍ଡିଂ ଭାରତ ଯୋଗାଇଥାଏ । ଉକ୍ତ ଫଣ୍ଡିଂକୁ ଆଇସିସି ପ୍ରଦାନ କରିବା ଫଳରେ ପାକିସ୍ତାନ କ୍ରିକେଟ ବୋର୍ଡ ପରିଚାଳିତ ହୋଇଥାଏ । ଯଦି ଭାରତ ଆଇସିସିକୁ ଫଣ୍ଡିଂ ପ୍ରଦାନ କରିବା ବନ୍ଦ କରିଦେବ, ତେବେ ପରୋକ୍ଷ ଭାବରେ ପିସିବି କାଙ୍ଗାଳ ହେବା ସହ ରାଜରାସ୍ତାକୁ ଚାଲି ଆସିବ । ପାକିସ୍ତାନ ଆଇସିସିକୁ ଶୂନ୍ୟ ପ୍ରତିଶତ ଫଣ୍ଡିଂ ପ୍ରଦାନ କରିଥାଏ ବୋଲି ସେ କହିଥିଲେ । ତେବେ ରମିଜଙ୍କ ଏହି ମନ୍ତବ୍ୟକୁ ନେଇ ବର୍ତ୍ତମାନ ପାକିସ୍ତାନରେ ହଙ୍ଗାମା ସୃଷ୍ଟି ହେବା ସହ ବିଭିନ୍ନ ମହଲରୁ ଖୁବ୍ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.