ନବରାତ୍ରିରେ ବୃଷ, କର୍କଟ ,ସିଂହ, ବିଛା ରାଶିର ଲୋକଙ୍କ ଉପରେ ରହିବ ମା’ ଦୁର୍ଗାଙ୍କ କୃପା

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):  ହିନ୍ଦୁଧର୍ମରେ ନବରାତ୍ରି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସମୟରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବାକୁ ପାଇଁ ଉପବାସ କରନ୍ତି ଓ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ୯ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାଙ୍କର ଏହି ୯ଦିନ କିଛି ରାଶିଙ୍କ ପାଇଁ ଭଲ ଥିବା ବେଳେ କିଛି ରାଶିର ଲୋକେ ଆଂଶିକ ପ୍ରଭାବିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ରାଶିର ଲୋକଙ୍କୁ ମିଳିବ ମା’ ଦୁର୍ଗାଙ୍କ କୃପା….

ବୃଷ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ ରାଶିର ଲୋକଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିବ । ସେମାନେ ଜୀବନରେ ଅନେକ ଖୁସି ଅନୁଭବ କରିବେ । ଏହି ଲୋକମାନେ ଧନୀ ହୋଇଥିଲେ ବି କଠିନ ପରିଶ୍ରମ କରି ଜୀବନର ସମସ୍ତ ସୁଖ ପାଆନ୍ତି । ସେମାନଙ୍କର ଆର୍ଥିକ ଦିଗ ମଧ୍ୟ ଶକ୍ତିଶାଳୀ ହେବ ।

କର୍କଟ
କର୍କଟ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଦୟାଳୁ ହୋଇପାରନ୍ତି ମା ଦୁର୍ଗା । ଆପଣଙ୍କର ସମସ୍ତ ଆର୍ôଥକ ସମସ୍ୟା ଦୂର ହେବ । କଠିନ ପରିଶ୍ରମ ସହିତ ଆପଣ କାମରେ ସଫଳତା ପାଇପାରିବେ । ଭାଗ୍ୟ ସାଥିରେ ଥିବାରୁ କୌଣସି ଜିନିଷରେ ଅଭାବ ହେବ ନାହିଁ ।

ସିଂହ
ସିଂହ ରାଶିର ଲୋକଙ୍କୁ ମା’ ଦୁର୍ଗାଙ୍କ ଆର୍ଶୀବାଦ ମିଳିବ । ପରିଶ୍ରମୀ ପ୍ରକୃତିର ଏହି ଲୋକମାନେ ପ୍ରତ୍ୟେକ ସମସ୍ୟାର ସାମ୍ନା କରିଥାନ୍ତି, ଏହି କାରଣରୁ ସେମାନଙ୍କ ଜୀବନ ସୁଖରେ ବିତିଥାଏ । ଶାନ୍ତ ଓ ବନ୍ଧୂତ୍ୱଭାବ ପ୍ରକୃତି ଯୋଗୁଁ ସିଂହ ରାଶିର ଲୋକେ ଅତି ସହଜରେ ଅନ୍ୟର ହୃଦୟ ଜିତିପାରନ୍ତି ।

ବିଛା
ମା ଦୁର୍ଗାଙ୍କ କୃପା ବିଛା ରାଶିର ଲୋକଙ୍କ ଉପରେ ରହିବ ଏବଂ ସେମାନଙ୍କର ଆର୍ôଥକ ଦିଗ ମଜଭୁତ ହେବ । ସଚ୍ଚୋଟ ଓ ଦୟାଳୁ ପ୍ରକୃତିର ଏହି ଲୋକମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିଥାଏ । ମାତାଙ୍କ କୃପାରୁ ଆପଣ ଅଟକି ଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବାକୁ ସମର୍ଥ ହେବେ ।

Leave A Reply

Your email address will not be published.