ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ଖପ୍ପା ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ବୈଜ୍ଞାନିକ।  ଭାରତ ବାୟୋଟେକ୍‌ର ଟିକା କୋଭାକ୍ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ’ ଜରୁରୀକାଳୀନ ବ୍ୟବହାର ତାଲିକାରେ ରଖି ଥିବାଯୋଗୁଁ ଭାରତୀୟ ବୈଜ୍ଞାନିକଙ୍କ ଏକ ଜାତୀୟ ନେଟୱାର୍କ ଉଦ୍‌ବେଗ୍‌ ପ୍ରକାଶ କରିଛି। ଏହା ଏବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି। ଯେଉଁଠି ୧୨ ବର୍ଷର ଛୁଆଙ୍କୁ ଦେବା ପାଇଁ ଜାଇଡସ୍‌ କାଡିଲା ଟିକା ଜାଇକୋଭ୍‌-ଡିକୁ ଅନୁମତି ମିଳିଛି ସେଠି କୋଭାକ୍ସିନ୍‌କୁ କାହିଁକି ଅନୁମୋଦନ ମିଳିନି ବୋଲି ବୈଜ୍ଞାନିକମାନେ ପ୍ରଶ୍ନ କରିଛନ୍ତି। କୋଭାକ୍ସିନ୍‌ ଟିକା ଅନୁମତି ଦେବା ପାଇଁ ହୁ’ ବିଳମ୍ବ କରୁଛି। ଏହାକୁ ନେଇ ଇଣ୍ଡିଆନ୍‌ ପିପୁଲ୍ସ ସାଇନ୍ସ ନେଟ୍‌ୱର୍କ କହିଛି, ହୁ’ ଅନୁମତି ମିଳିନଥିବା ଯୋଗୁଁ ଭାରତ ଏହି ଟିକାକୁ ବିଦେଶକୁ ପଠାଇ ପାରୁନି। ତଥା ଏହି ଟିକା ନେଇଥିବା ବ୍ୟକ୍ତିଙ୍କ ବିଦେଶ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।

Leave A Reply

Your email address will not be published.