ବିଦେଶ ମାଟିରେ ଭାରତୀୟ ଦଳର ଆଉ ଏକ ଚମତ୍କାର ବିଜୟ

ଓଭାଲ: ବିଦେଶ ମାଟିରେ ଭାରତୀୟ ଦଳର ଆଉ ଏକ ଚମତ୍କାର ବିଜୟ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ୧୫୭ ରନ୍‌ରେ ବିଜୟୀ ହେଲା ଭାରତୀୟ ଦଳ । ୩୬୮ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଭଲ ସ୍କୋର କରିବା ସହ ବିନା କୌଣସି ଓ୍ୱିକେଟ ହରାଇ ୧୦୦ ରନ୍ କରିଥିଲେ । ଶାର୍ଦ୍ଦୁଲ ଠାକୁର ବର୍ନସ୍‌ଙ୍କୁ ୫୦ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଲଗାତାର ଓ୍ୱିକେଟ ପତନ ହେବାରେ ଲାଗିଥିଲା । ସେଟ୍ ହୋଇସାରିଥିବା ହସିବ୍ ହମିଦଙ୍କୁ ସ୍ପିନ୍‌ରେ ଚକ୍‌ମା ଦେଇଥିଲେ ଜାଡେଜା । ଇଂଲଣ୍ଡର ଦଳୀୟ ସ୍କୋର ୧୪୧ ରନରେ ଥିବା ବେଳେ ଜାଡେଜା ହମିଦ୍‌ଙ୍କୁ କ୍ଲିନ୍ ବୋଲ୍ଡ କରି ଦଳକୁ ତୃତୀୟ ସଫଳତା ଦେଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନି ବେରିଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିବାରେ ସଫଳ ହୋଇଥିଲେ ଜାଡେଜା।

ଇନ୍‌ ଫର୍ମ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ।ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍‌ଙ୍କୁ ୩୬ ରନ୍‌ର ବ୍ୟକ୍ତିଗତ ସ୍କୋରରେ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସଙ୍କ ମାତ୍ର ୧୮ରନର ବ୍ୟକ୍ତିଗତ ସ୍କୋରରେ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟର ପତନ କରିଥିଲେ। ଏହା ପରେ କାଗ୍ରୀ ଓଭରଟନଙ୍କୁ ୧୦ରନ୍ ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିଲେ । ଏଥି ସହିତ ଚତୁର୍ଥ ଟେଷ୍ଟକୁ ୧୫୭ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ଟିକିଆ ଟେଷ୍ଟର ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ ।

Leave A Reply

Your email address will not be published.