ରାଜସ୍ଥାନର ବିକାନୀରରେ ଭୂମିକମ୍ପର ତୀବ୍ର ଝଟକା

ବିକାନୀର: ବୁଧବାର ସକାଳେ ରାଜସ୍ଥାନର ବିକାନୀରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ସକାଳ ୫ଟା ୨୪ରେ ବିକାନୀରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଏଥିରେ କୌଣସି ପ୍ରକାରର କ୍ଷତି ପହଞ୍ଚିଥିବା ଖବର ସାମ୍ନାକୁ ଆସିନାହିଁ ।

ରାଜସ୍ଥାନ ପୂର୍ବରୁ ମେଘାଳୟରେ ରାତି ପ୍ରାୟ ୨ ଘଣ୍ଟା ୧୦ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ ସେହିପରି ସକାଳ ୪ଟା ୫୭ ମିନିଟରେ ଲଦାଖର ଲେହରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଏନସିଏସ କହିଛି । କିନ୍ତୁ ଏଠାରେ ମଧ୍ୟ କୌଣସି ପ୍ରକାରର କ୍ଷତି ପହଞ୍ଚି ନଥିବା କୁହାଯାଉଛି ।

କାହିଁକି ଆସେ ଭୂମିକମ୍ପ?
ପୃଥିବୀ ମଧ୍ୟରେ ରହିଛି ୭ଟି ପ୍ଲେଟ୍‌। ଯାହା ଲଗାତାର ଘୁରୁଥାଏ । ଏହି ପ୍ଲେଟ୍‌ଅଧିକ ଧକ୍କା ହେଉଥିବା ସ୍ଥାନକୁ ଫ୍ଲଟ୍‌ଲାଇନ୍‌କୁହାଯାଏ । ବାରମ୍ବାର ଦକ୍କା ହେବାଦ୍ୱାରା ପ୍ଲେଟ୍ସ ଭାଙ୍ଗିବା ଆରମ୍ଭ କରେ । ଏହାଦ୍ୱାରା ଭୂମିକମ୍ପ ଆସିଥାଏ ।

Leave A Reply

Your email address will not be published.