୨୬ ବର୍ଷ ତଳେ ଠକି ନେଇଥିଲେ ୨,୨୧୨ ଟଙ୍କାର ଚେକ୍‌

ଏବେ ଦେଲେ ୫୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଭୁଲ୍‌ ଛୋଟ ହେଲେ ବି ଆଇନ୍‌ ଆଖିରେ ତାହା ସମାନ । ଏମିତି ଅନେକ ସମୟରେ ଛୋଟ ଛୋଟ ଭୁଲ୍‌ ଭାରି ପଡ଼ିଯାଏ । ଏମିତି ଏକ ମାମଲା ଦେଖିବାକୁ ମିଳିଛି ସୁପ୍ରିମକୋର୍ଟରେ । ଯେଉଁଠି ଜଣେ ବ୍ୟକ୍ତି ୨୬ ବର୍ଷ ତଳେ ଅର୍ଥାତ୍‌ ୧୯୯୪ ମସିହାରେ ନକଲି ଖାତା ଖୋଲି ଚେକ୍‌ ଜରିଆରେ ୨୨୧୨.୫ ଟଙ୍କା ବାହାର କରିଥିଲେ । ଏବେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ୌଡ଼ିବା ପରେ ବ୍ୟକ୍ତି ଜଣଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇବାକୁ ପଡ଼ିଛି । ସୁପ୍ରିମକୋର୍ଟ ଅପରାଧ ଅଭିଯୋଗରେ ତାଙ୍କୁ ୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନେ ଭାବେ ୫ ଲକ୍ଷ ଟଙ୍କା ଓ ଅଭିଯୋଗକୁ ସେଟଲମେଣ୍ଟ ପାଇଁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ବ୍ୟକ୍ତି ଜଣଙ୍କ । ଅର୍ଥାତ୍‌ ୫୫ ଟଙ୍କା ଦେବା ପରେ ମୀମାଂସା ହୋଇଛି ମାମଲା ।

ପୂରା ମାମଲା କଣ ?

ମହେନ୍ଦ୍ର କୁମାର ଶାରଦା ନାମକ ବ୍ୟକ୍ତି ଓମ୍‌ ମାହେଶ୍ୱରୀଙ୍କ ମ୍ୟାନେଜର ଭାବେ ୧୯୯୨ ମସିହା ମେ ଯାଏଁ କାମ କରୁଥିଲେ । ସେତେବେଳେ ଓମ୍‌ ମାହେଶ୍ୱରୀ ଦିଲ୍ଲୀ ଷ୍ଟକ୍‌ ଏକ୍ସଚେଞ୍ଜର ସଦସ୍ୟ ଥିଲେ । ୧୯୯୭ରେ ମାହେଶ୍ୱରୀ ଦିଲ୍ଲୀରେ ଶାରଦାଙ୍କ ବିରୋଧରେ ଏଫଆଇଆର୍‌ ଦେଇଥିଲେ । ଅଭିଯୋଗ କରିଥିଲେ ତାଙ୍କ ମ୍ୟାନେଜର ବେଆଇନ୍‌ ଭାବେ ତାଙ୍କ ନାମରେ ଆକାଉଣ୍ଟ ଖୋଲିଛନ୍ତି । ତାପରେ ଚେକ୍‌ ଜରିଆରେ କମିଶନ ଓ ବ୍‌ରୋକରେଜ ପଇସା ବାହାର କରିଛନ୍ତି । ଶାରଦା ସେତେବେଳେ ୨୨୧୨ ଟଙ୍କା ୫୦ ପଇସା ବାହାର କରିଥିଲେ ।

ହାଇକୋର୍ଟଙ୍କ ନିଷ୍ପତି

ଶାରଦାଙ୍କ ଉପରେ ଠକେଇ ଓ ଜାଲିଆତି ଅଭିଯୋଗ ହୋଇଥିଲା । ପରେ ସେ ମାମଲାକୁ ସେଣ୍ଟଲମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଚଳିତବର୍ଷ ଜୁଲାଇ ମାସରେ ଦିଲ୍ଲୀ ହାଇକୋର୍ଟ ଶାରଦାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ ପାଇଁ ମନା କରି ଦେଇଥିଲେ । ହାଇକୋର୍ଟ କହିଥିଲେ ଏହି ଅଭିଯୋଗ ଗୁରୁତର ।

ସୁପ୍ରିମକୋର୍ଟଙ୍କ ନିଷ୍ପତି

ଏହା ପରେ ମାମଲା ଯାଇ ପହଂଚିିଥିଲା ସୁପ୍ରିମକୋର୍ଟରେ । ଅଭିଯୁକ୍ତ କହିଥିଲେ ସେ ୫୦ ଲକ୍ଷ ଟଙ୍କା ଦେଇ ମାମଲାକୁ ଶେଷ କରିବାକୁ ଚାହୁଁଛନ୍ତି । ଜଷ୍ଟିସ୍‌ ସଞ୍ଜୟଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଓକିଲଙ୍କୁ ପଚାରିଥିଲେ ଏହି ମାମଲା ଶେଷ ପାଇଁ ଓ ନ୍ୟାୟିକ ପ୍ରକ୍ରିୟ ପାଇଁ ୧୦ ବର୍ଷରୁ ଅଧିକ ସମୟ କାହିଁକି ଲାଗିଲା ? ନ୍ୟାୟିକ ସମୟ ବରବାଦ କରୁଥିବାରୁ କୋର୍ଟ ଶାରଦାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏବେ ସେପ୍‌ଟେମ୍ବର ୧୫ରେ ଶାରଦାଙ୍କ ତଥ୍ୟ ଶୁଣିବା ପରେ କୋର୍ଟ ପରବର୍ତି ନିଷ୍ପତିି ନେବେ ।

Leave A Reply

Your email address will not be published.