
ଟରୋଣ୍ଟୋ: ମୋଦୀଙ୍କ ଉଭଣୀ ଭାବେ ପରିଚିତ ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ କାନାଡ଼ାରୁ ମୃତ ଦେହ ଉଦ୍ଧାର ହୋଇଛି। କରିମା ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ। ଟରୋଣ୍ଟୋର ଲେକସୋରଠାରେ ଥିବା ଗୋଟିଏ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୁଲିସ୍ ଏହାକୁ ଉଦ୍ଧାର କରିଛି। ସ୍ୱାମୀ ହମାଲ ହାଇଦର ଓ ଭାଇ ମୃଦଦେହ ଚିହ୍ନଟ କରିଛନ୍ତି।
କରିମାଙ୍କ ହତ୍ୟା କାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅନ୍ୟପଟେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପାକିସ୍ଥାନ ବଂଶୋଦ୍ଭବ ତାରେଖ ଫତହ ଏହା ପଛରେ ପାକିସ୍ତାନର ହାତ ଥିବା ଦାବି କରିଛନ୍ତି।
ବାଲୋଚିସ୍ତାନରେ ପାକିସ୍ତାନ ସେନା ଓ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ କରିମା ସଂଘର୍ଷ କରୁଥିବାରୁ ସର୍ବଦା ସେ ପାକ୍ ସରକାରଙ୍କ ଟାର୍ଗେଟରେ ରହୁଥିଲେ। ତେଣୁ ପାକିସ୍ତାନ ସରକାର ତାର ଗୁଇନ୍ଦା ସଂସ୍ଥାକୁ ଲଗାଇ କରିମାଙ୍କର ହତ୍ୟା କରିଛନ୍ତିବୋଲି କୁହାଯାଉଛି।