ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ହୀରା କାନଫୁଲ ହଜି ଯାଇଛି। ଅଭିନେତ୍ରୀ ଏ ସମ୍ପର୍କରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରି କହିଛନ୍ତି ଯେ, ‘ରବିବାର ସକାଳେ ମୁମ୍ବାଇ ବିମାନବନ୍ଦର ଗେଟ୍ ନମ୍ବର ୮ରାସ୍ତାରେ ଯାଉଥିଲେ। ଏହି ସମୟରେ ତାଙ୍କର ସିକ୍ୟୁରିଟି ଚେକ୍ ହୋଇଥିଲା। ଏତିକି ବେଳେ ତାଙ୍କର ହୀରା କାନଫୁଲ କେଉଁଠାରେ ହଜି ଯାଇଥିବା ସେ ଜାଣିବାକୁ ପାଇଥିଲେ।

ତେଣୁ ଯିଏବି ତାଙ୍କୁ ହୀର କାନଫୁଲ ଖୋଜି ଆଣିବାରେ ସାହାଯ୍ୟ କରିବେ ସେ ତାଙ୍କୁ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏହା ତାଙ୍କ ମ୍ୟାଚିଂ ପିସ୍ ଥିଲା ଯାହାକୁ ସେ ୧୫ବର୍ଷ ହେବ ସବୁବେଳେ ପିନ୍ଧି ଆସିଛନ୍ତି। ଦୟା କରି ଏହି ରିଙ୍ଗକୁ ଖୋଜିବାରେ ସାହାଯ୍ୟ କରିବାକୁ ଜୁହି ଅନୁରୋଧ କରିଛନ୍ତି।