ଆତ୍ମନିର୍ଭର ଉଦ୍ୟମରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ

ବୃଦ୍ଧି କରିବା ଲକ୍ଷ୍ୟ ରଖିଛନ୍ତି ସରକାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସମ୍ବନ୍ଧୀୟ ଭିଡିଓ କନ୍‌ଫରେନ୍ସରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ସରକାର ଭାରତରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ନିମନ୍ତେ ଲକ୍ଷ ରଖିଛନ୍ତି ।

‘ଆତ୍ମନିର୍ଭର ଭାରତ ଡିଫେନ୍ସ ଇଣ୍ଡଷ୍ଟ୍ରି ଆଉଟ୍‌ରିଚ୍‌ ୱିବିନର୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ବର୍ଷ ହେବ ଭାରତ ଅନ୍ୟତମ ବୃହତ୍‌ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ହୋଇ ରହିଛି । ସ୍ୱାଧୀନ ହେବା ସମୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଭାରତ ବଡ ସାମର୍ଥ୍ୟ ଥିଲା ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣର ବାତାବରଣ ପ୍ରତିଷ୍ଠିତ ହୋଇଥିଲା । ଦୁଃଖର କଥା, ଏ କ୍ଷେତ୍ରରେ ଆବଶ୍ୟକ ମୁତାବକ ଧ୍ୟାନ ଦିଆଯାଇ ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଅଟୋମେଟିକ୍‌ ରୁଟ୍‌ରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ନିମନ୍ତେ ୭୪% ‘ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଂଟ’କୁ ଅନୁମତି ଦେବା ନିମନ୍ତେ ନିଷ୍ପତ ଗ୍ରହଣ କରାଯାଇଛି । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି, ନୂତନ ଜ୍ଞାନକୌଶଳ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କୁ ବଡ ଭୂମିକା ଦେବା ନିମନ୍ତେ ଉଦ୍ୟମ ଚାଲିଛି । ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ନିଦ୍ଦିଷ୍ଟ କେତେକ ସାମଗ୍ରୀ ଆମଦାନି ଉପରେ କଟକଣା ଲାଗୁ କରାଯାଇଛି ।

ସେ ଆହୁରି ମଧ୍ୟ କହିଲେ ଯେ, ନକଟରେ ଆମେ ଶ୍ରମିକ ସଂସ୍କାର ମଧ୍ୟ ଦେଖିଲେ; ସଂସ୍କାର କାର୍ଯ୍ୟକ୍ରମ ଏବେ ଶେଷ ହେବନାହିଁ । ଆତ୍ମନିର୍ଭର ଭାରତ ନିମନ୍ତେ ଆମର ସଙ୍କଳ୍ପ କେବଳ ଅନ୍ତଦର୍ଶନ ନୁହେଁ, ଭାରତକୁ ସମର୍ଥ କରାଇବା ଓ ବୈଶ୍ୱିକ ଶାନ୍ତି ଓ ଅର୍ଥନୀତିର ଅଭିବୃଦ୍ଧି କରାଇବା ।

Leave A Reply

Your email address will not be published.