ମାତ୍ର ୩୪ ବର୍ଷ ବୟସରେ ଆକ୍ଟ୍ରେସ୍ ଦିବ୍ୟା ଭଟନାଗରଙ୍କର ଦେହାନ୍ତ

ନୂଆଦିଲ୍ଲୀ: ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଗୁଲାବୋ ତଥା ଆକ୍ଟ୍ରେସ୍ ଦିବ୍ୟା ଭଟନାଗରଙ୍କର ଦେହାନ୍ତ ଘଟିଛି । ଯାହାକୁ ନେଇ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ତାଙ୍କ ନିଧନରେ ଅଭିନେତ୍ରୀ ଦେବୋଲିନାଙ୍କ ସମେତ ତାଙ୍କର ଅନ୍ୟ ସାଙ୍ଗମାନେ ମଧ୍ୟ ସୋସିଆଲ୍ ମିଡିଆରେ ଶୋକଭରା ପୋଷ୍ଟ କରିଛନ୍ତି ।

ତେବେ ଅସୁସ୍ଥତା କାରଣରୁ ଗତ ନଭେମ୍ବର ୨୬ରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଯାହା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି ।ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦିବ୍ୟାଙ୍କ ବୈବାହିକ ଜୀବନ ସମ୍ପର୍କରେ ତାଙ୍କ ମାଆ କହିଥିଲେ ଯେ, ଦିବ୍ୟା ୨୦୧୯ ମସିହା ଡିସେମ୍ବର ମାସରେ ବିବାହ କରିଥିଲେ । ହେଲେ ନିଜ ବୈବାହିକ ଜୀବନକୁ ନେଇ ସେ ସବୁବେଳେ ଚାପଗ୍ରସ୍ତ ରହୁଥିଲେ। ପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଘରେ ଏକୁଟିଆ ରହୁଥିଲେ ।

ଦିବ୍ୟା ‘ତେରା ୟାର ହୁଁ ମେ’ ସିରିୟଲରେ ସୁଟିଂ କରୁଥିବା ବେଳେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ତାଙ୍କର କରୋନା ପଜିଟିଭ ବାହାରିବା ପରେ ସିରିୟଲର ଅନ୍ୟ ଷ୍ଟାର କାଷ୍ଟ ମାନେ ମଧ୍ୟ ନିଜ ନିଜର ନମୁନା ପରୀକ୍ଷା କରିଥିଲେ ।

Leave A Reply

Your email address will not be published.