ନୂଆଦିଲ୍ଲୀ: ବିଗତ ଶତାଦ୍ଦୀର ଆଇନ ବର୍ତ୍ତମାନ ସମୟ ପାଇଁ ବୋଝ ହୋଇପଡ଼ିଛି । ଏଣୁ ଏଥିରେ ପରିବର୍ତ୍ତନ ଆବଶ୍ୟକତା ରହିଛି । ଦେଶର ବିକାଶ ନେଇ ଏହି ଆଇନଗୁଡ଼ିକରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ପୁରୁଣା ଆଇନ ବଳରେ ନୂଆ ଶତାଦ୍ଦୀର ଗଠନ ହୋଇପାରିବନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗ୍ରା ମେଟ୍ରୋ ରେଳ ପ୍ରୋଜେକ୍ଟର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ନୂଆ ଆଇନର ଗୁରୁତ୍ୱ ନେଇ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ନିଜ ଭାଷଣରେ ସିଧାସଳଖ ଭାବେ କୃଷକ ଆନ୍ଦୋଳନ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।