‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଚୀନ୍ ସୀମାରେ ବିବାଦ ଭିତରେ ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରେ ଏହି କ୍ଷେପଣାସ୍ତ୍ରର ସଫଳ ଦ୍ବାରା ପରୀକ୍ଷଣ କରାଯାଇଛି । ଏହା ଭାରତୀୟ ନୌସେନାର କରାଯାଉଥିବା ପରୀକ୍ଷଣର ଏକ ଅଂଶ । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହି ମିଶାଇଲ୍‌କୁ ଡେଭଲପ୍ କରିଛି । ଗୋଟେପଟେ ଭାରତ-ଚୀନ ସୀମା ବିବାଦ ଲାଗିରହିଥିବା ବେଳେ ନୌସେନା ନିଜର ଶକ୍ତି ବୃଦ୍ଧି ପାଇଁ ବ୍ରହ୍ମୋସ ସୁପରସୋନିକ୍ କୃଜ୍ର ମିଶାଇଲ ପରୀକ୍ଷଣ କରିଛି ।

ଭାରତୀୟ ବାୟୁସେନା ଓ ନୌସେନା ଆଗାମୀ ଦିନରେ ବ୍ରହ୍ମୋସ୍‌ର କିଛି ନୂଆ ସଂସ୍କରଣର ପରୀକ୍ଷା କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି । ସେପଟେ ଓଡିଶାର ଅବ୍ବଦୁଲ କଲାମ ହ୍ବିଲର ଦ୍ବୀପରୁ ମଧ୍ୟ ଗତ କିଛିଦିନ ମଧ୍ୟରେ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାରେ ସକ୍ଷମ ସାଜିଛି ଡିଆରଡିଓ । ଗୋଟେପଟେ ଚାନର ନାଲିଆଖି ଏବଂ ଅନ୍ୟପଟେ ପଡୋଶୀ ପାକର ସୈତାନୀ ଭିତରେ ଭାରତୀୟ ସେନା ନିଜର ଶକ୍ତିକୁ ମଧ୍ୟ ସକ୍ଷମ କରିବାରେ ଲାଗିଛି । ଯେଉଁ କ୍ରମରେ ଆଜି ପୁଣି ନୌସେନାରେ ସାମିଲ ହୋଇଛି ଆଉ ଏକ ଅଧ୍ୟାୟ । ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା ମଙ୍ଗଳବାର କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ଭାବେ ଉତକ୍ଷେପଣ ହୋଇଥିବା ସୂଚନା ଦେଇଛି ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ।

Leave A Reply

Your email address will not be published.