ଋଷରେ ବିଶ୍ୱର ପ୍ରଥମ ପଞ୍ଜିକୃତ କରୋନା ଭ୍ୟାକସିନ

କେଉଁ ଦେଶକୁ ପ୍ରଥମେ ଟୀକା ଯୋଗାଇବ ?

ଋଷ୍‌: କରୋନା ଭ୍ୟାକସିନକୁ ପଞ୍ଜିକୃତ କରିଥିବା ଋଷ ବିଶ୍ୱର ପ୍ରଥମ ଦେଶ ଭାବରେ ସ୍ଥାନ ନେଇ ସାରିଛି । ଯାହାପରେ ସମସ୍ତଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଆସୁଥିବ କି ଋଷ କେଉଁ ଦେଶକୁ ପ୍ରଥମେ ଏହି ଟୀକା ଦେବ । ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଋଷ ବେଲାଋଷକୁ ଭ୍ୟାକସିନ ଯୋଗାଇବାକୁ ଯାଉଛି । ଋଷର ଭ୍ୟାକସିନ ହାସଲ କରିବା ପ୍ରଥମ ଦେଶ ହେବ ବେଲାଋଷ ।


ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ବେଲାଋଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କେଙ୍କୁ ପ୍ରଥମ ସାମଗ୍ରୀ ପଠାଇବାର ଆଶ୍ୱସନା ଦେଇଛନ୍ତି । ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ବେଲାଋଷରେ ଏବେ ସରକାର ବରୋଧୀ ପ୍ରଦର୍ଶନ ଜାରି ରହିଛି । ରିପୋର୍ଟ ଅନୁସାରେ ପୁଟିନ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କାଙ୍କ ସହିତ ଦେଶ ପରିସ୍ଥିତିକୁ ନେଇ ଚର୍ଚ୍ଚା କରିଛନ୍ତି ଏବଂ କରୋନା ଭ୍ୟାକସିନ ପଠାଇବାକୁ ମଧ୍ୟ କହିଛନ୍ତି ।

ଋଷ ଭ୍ୟାକସିନର ତୃତୀୟ ରାଉଣ୍ଡର ପରୀକ୍ଷଣ ଜାରି ରଖିଛି । ତୃତୀୟ ରାଉଣ୍ଡର ପରୀକ୍ଷଣ ପୂର୍ବରୁ ଉକ୍ତ ଭ୍ୟାକସିନକୁ ସଫଳ ଘୋଷଣା କରିଦେଇଛି ଋଷ୍‌ । ଖବର ଅନୁସାରେ ବେଲାଋଷରେ ପ୍ରାୟ ୭୦ ହଜାରରୁ ଅଧିକ ଲୋକ କରୋନାରେ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.