ଇରାନ ଆଣବିକ କାର୍ଯ୍ୟକ୍ରମର ଶୀର୍ଷ ବୈଜ୍ଞାନିକ ମୋହସିନ ଫକିରଜ୍ୟାଦାଙ୍କୁ ହତ୍ୟା

ତେହେରାନ: ଇରାନ ଆଣବିକ କାର୍ଯ୍ୟକ୍ରମର ଶୀର୍ଷ ବୈଜ୍ଞାନିକ ମୋହସୀନ ଫକିରଜ୍ୟାଦାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ଆସୁଛି। ଅସମର୍ଥିତ ସୂତ୍ରରୁ ଇରାନ ସରକାରୀ ଟେଲିଭିଜନ ଏହି ଦାବି କରୁଛି। ରାଜଧାନୀ ତେହେରାନ ନିକଟରେ ତାଙ୍କୁ ହତ୍ୟା କରାଯାଇଛି। କିଛିବର୍ଷ ପୂର୍ବେ ଇରାନ ଆଣବିକ ଗବେଷଣାର ଜନୈକ ବରିଷ୍ଠ ବୈଜ୍ଞାନିକ ମୁସ୍ତାଫା ଅହମ୍ମଦ ରୋସନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଇରାନରେ ଗତ ୨ ବର୍ଷରେ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁର ଏହା ଷଷ୍ଠ ଘଟଣା। ତେବେ ଫକିରଜ୍ୟାଦାଙ୍କ ମୃତ୍ୟୁ ପରେ ଇରାନର ଲୋକେ ପ୍ରତିକ୍ରିୟାଶୀଳ ହୋଇୁଠିଛନ୍ତି। ଇରାନୀ ମନ୍ତ୍ରୀମାନେ ହତ୍ୟାପଛରେ ଆମେରିକାର ହାତ ଥାଇପାରେ ବୋଲି ଦାବି କରୁଛନ୍ତି।

Leave A Reply

Your email address will not be published.