ପତ୍ନୀଙ୍କ ଆତ୍ମହତ୍ୟା ପରେ ସ୍ୱାମୀ ମଧ୍ୟ ଜୀବନ ହାରି ଦେଲେ

ନାଗପୁର: ପତ୍ନୀଙ୍କ ଆତ୍ମହତ୍ୟା ପରେ ସ୍ୱାମୀ ମଧ୍ୟ ଜୀବନ ହାରି ଦେଲେ। ତେବେ ମୃତ୍ୟୁ ପୂର୍ବରୁ ନିଜର ଯନ୍ତ୍ରଣାକୁ ଫେସବୁକ ଲାଇଭରେ କହିଥିଲେ ସ୍ୱାମୀ ।ମହାରାଷ୍ଟ୍ରର ଜଲଗାଓଁରୁ ଏଭଳି ଏକ ଦୁଃଖ ଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପ୍ରମୋଦ ସେଠ। ଦୀପାବଳି ପୂର୍ବ ଦିନ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଉଭୟ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ଗତ ମଙ୍ଗଳବାର ଦିନ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରମୋଦ ଚଳନ୍ତା ଟ୍ରେନର ଦ୍ୱାରରେ ଠିଆ ହୋଇ ଏକ ଲାଇଭ ଭିଡିଓ କରିଥିଲେ।

Leave A Reply

Your email address will not be published.