କୁକୁର ମୃତ୍ୟୁ ପରେ ଭାଙ୍ଗି ପଡି ଆତ୍ମହତ୍ୟା କଲେ ଯୁବତୀ

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରରୁ କିଛି ଦୂର ଗୋରଖା ଗାଁରେ ଏକ ଚକିତ କଲାଭଳି ଘଟଣା ଘଟିଛି। ଜଣେ ୨୩ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ସେ ନିଜ ପିପୁଷ କୁକୁରକୁ ବହୁତ ସ୍ନେହ କରୁଥିଲେ। କୁକୁରର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଥିଲେ। କୁକୁରର ମୃତ୍ୟୁ ସହିନପାରି ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପରେ ଯୁବତୀଙ୍କ ଅନ୍ତିମ ସଂସ୍କାର ଗାଁ ବାହାରେ କରାଯାଇଥିଲା ଯେଉଁଠାରେ ତାଙ୍କ ପୋଷା କୁକୁରକୁ ପୋତାଯାଇଥିଲା। କାରଣ ଯୁବତୀଙ୍କ ଶେଷ ଇଚ୍ଛା ଥିଲା ତାଙ୍କ କୁକୁରକୁ ଯେଉଁଠି ପୋତା ଯାଇଛି ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ ସେଠାରେ ହେବ।

ପୋଲିସ ସୂଚନା ଅନୁଯାୟୀ, ନଭେମ୍ବର ୧୭ ତାରିଖ ରାତି ପାଖାପାଖି ୯ଟା ସମୟରେ କୁକୁରର ମୃତ୍ୟୁ ହୋଇଥିଲା। ସେ ବହୁ ଦିନରେ ରୋଗରେ ପୀଡିତ ଥିଲା। କୁକୁରର ମୃତ୍ୟୁ ପରେ ପରିବାର ବହୁତ ଦୁଃଖିତ ଥିଲା। ରାତି ପାଖାପାଖି ଗୋଟାଏ ବେଳେ ଯୁବତୀ ନିଜ ଭଉଣୀ ସହ ଶୋଇବାକୁ ଚାଲିଗଲେ। ସକାଳୁ ଉଠି ଘରଲୋକ ଦେଖିଲାବେଳେ ସେ ଆତ୍ମହତ୍ୟା କରିଦେଇଥିଲେ। ଯୁବତୀଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଥିଲା।  ଯୁବତୀ ଜଣକ ନିଜ ପୋଷା କୁକୁରକୁ ସ୍ନେହରେ ବାବୁ ଡାକୁଥିଲେ। ଯୁବତୀଙ୍କ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସେ ନିଜ ଶେଷ ଇଚ୍ଛା ଲେଖିଥିଲେ। ସେ ଲେଖିଥିଲେ, ‘ମୋର ଶେଷ ଇଚ୍ଛା ଯେ ମୋତେ ନ ଜଳାଇ ମୋ ବାବୁ ସହ ପୋତିଦେବ, ବାପା-ମା’ ନିଜର ଯତ୍ନ ନେବ।’

ଯୁବତୀଙ୍କ ମୃତ୍ୟୁ ପରେ ଘରଲୋକ ବହୁତ ଦୁଃଖିତ ଅଛନ୍ତି। ଗାଁରେ ମଧ୍ୟ ଶୋକାକୁଳ ପରିବେଶ ରହିଛି। ଯୁବତୀ ଜଣକ ଏମ.କମ କରୁଥିଲେ। ସେ ଖାଲି ସମୟରେ ଗାଁ ପିଲାଙ୍କୁ ପାଠ ପଢାନ୍ତି।

Leave A Reply

Your email address will not be published.