ସୁଟିଂରେ ହେଲମେଟ୍ ନ ପିନ୍ଧି ବାଇକ୍ ଚଲାଉଥିଲେ ତାପସୀ : ସିନ୍ ପୂର୍ବରୁ କଟିଗଲା ଚାଲାଣ

ମୁମ୍ବାଇ: ତାପସୀ ପାନ୍ନୁ କିଛି ଦିନ ତଳେ ରଶ୍ମି ରକେଟ୍‌ର ସୁଟିଂ କରୁଥିଲେ। ବାଇକ୍ ରାଇଡିଂର ଏକ ସିନ୍‌ର ଠିକ୍ ପୂର୍ବରୁ ତାଙ୍କ ଚାଲାଣ କଟିଯାଇଥିଲା। କାରଣ ସେ ହେଲମେଟ୍ ପିନ୍ଧିନଥିଲେ। ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ। ସେ ଫଟୋରେ ଡେନିମ୍ ପିନ୍ଧି ବାଇକରେ ବସିଥିବାର ନଜର ଆସୁଛନ୍ତି ଏବଂ ସେ ହେଲମେଟ୍ ପିନ୍ଧିନଥିଲେ।

ତାପସୀ ଲେଖିଛନ୍ତି ଯେ- ହେଲମେଟ୍ ପିନ୍ଧିବା ପାଇଁ ଲଗାଯାଇଥିବା ଫାଇନର ଠିକ୍ ପୂର୍ବରୁ। ତାପସୀଙ୍କ ପୋଷ୍ଟରେ କେତେକ ସେଲିବ୍ରିଟି କମେଣ୍ଟସ୍ ଏବଂ ଲାଇକ୍ କରିଛନ୍ତି। ଡାଇରେକ୍ଟର ଅନୁଭବ ସିହ୍ନା କମେଣ୍ଟ କରି ଲେଖିଛନ୍ତି ଯେ- ଏଭଳି ବାଇକରେ ସେ ଆପଣଙ୍କୁ ଖୋଜି ପାରିବେ ନାହିଁ। ଏହା ପୂର୍ବରୁ ମଧ୍ୟ ସେ ରଶ୍ମି ରକେଟର ସେଟ୍‌ରୁ ଅନେକ ଫଟୋ ସେୟାର କରି ସାରିଛନ୍ତି। ଏହା ଏକ ସ୍ପୋର୍ଟସ୍ ଡ୍ରାମା। ଯାହା ଆକର୍ଷ ଖୁରାନାଙ୍କ ଡାଇରେକ୍ସନରେ ନିର୍ମିତ ହେଉଛି। ଏହା ବ୍ୟତୀତ ତାପସୀଙ୍କ ପାଖରେ ହସିନ ଦିଲରୁବା,ଲୁପ ଲପେଟା ଏବଂ ସାବାସ ମିଥୁ ଭଳି ଫିଲ୍ମ ମଧ୍ୟ ରହିଛି।

 ତାପସୀ ନିକଟରେ ଫିଲ୍ମ ଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ସଂଘର୍ଷର କାହାଣୀ ସେୟାର କରିଥିଲେ। ସେ କହିଥିଲେ ଯେ ସେ ଅନେକ ଜିନିଷ ଭୋଗିଛନ୍ତି। ଯେପରିକି ସେ ବହୁତ ସୁନ୍ଦର ନୁହେଁ,ଅଭିନେତାଙ୍କ ପତ୍ନୀ ଚାହୁଁନଥିଲେ ବୋଲି ତାଙ୍କୁ ବଦଳି ଦିଆଯାଇଥିଲା। ସେ ଗୋଟିଏ ଫିଲ୍ମର ଡବିଂ କରୁଥିଲେ,ଏହା ପରେ ତାଙ୍କୁ କୁହାଯାଇଥିଲା ଯେ ହୀରୋଙ୍କୁ ତାଙ୍କ ଡାଇଲଗ୍ ପସନ୍ଦ ନଥିଲା। ଏଥିପାଇଁ ତାଙ୍କୁ ବଦଳି ଦେବା ଦରକାର। ଯେତେବେଳେ ସେ ଏପରି କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ତାଙ୍କ ପିଠି ପଛରେ ଡବିଂ ଆର୍ଟିଷ୍ଟଠୁ ଏହି କାମ କରାଇଥିଲେ।

Leave A Reply

Your email address will not be published.