ଭୟଙ୍କର କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଖୁସବୁ

ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଏବଂ ଭାଜପା ନେତ୍ରୀ ଖୁସବୁ ସୁନ୍ଦର ବୁଧବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖୁସବୁ ଭାଜପାର ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚେନ୍ନାଇରୁ କୁଡ୍ଡାଲୋର ଯାଉଥିଲେ। ଏହି ସମୟରେ ପାଖାପାଖି ୧୦୦୦କିଲୋମିଟର ଦୂର ମେଲମରୁବଥୁର ନିକଟରେ ଏକ ଟ୍ୟାଙ୍କର ତାଙ୍କ କାର୍‌କୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ତାଙ୍କର କିଛି ହୋଇନଥିବାବେଳେ କାର୍‌ର ଗୋଟିଏ ପାର୍ଶ୍ବ ପୂରାପୂରି ଭାଙ୍ଗି ଯାଇଛି। ପୋଲିସ୍ ମାମଲା ରୁଜୁ କରିଛି।

ଖୁସବୁ ଟ୍ବିଟ୍ କରି କହିଛନ୍ତି ଯେ ଈଶ୍ବରଙ୍କ କୃପାରୁ ସେ ଭଲ ଅଛନ୍ତି। ସେ ଲେଖିଛନ୍ତି ଯେ ସେ ପୂରାପୂରି ଠିକ୍ ଅଛନ୍ତି ଏବଂ କୁଡ୍ଡାଲୋର ଯାତ୍ରା ଜାରି ରହିଛି। ତାଙ୍କୁ ପୂର୍ବରୁ କେହି ରୋକି ନାହାନ୍ତି କି ଏବେ ବି କେହି କେହି ରୋକି ପାରିବେ ନାହିଁ। ଜୀବନ ପ୍ରତ୍ୟେକ ମୋଡ଼ରେ ଏକ ନୂଆ ଯୁଦ୍ଧ,ଯଦି ତୁମେ ସାଥିରେ ଅଛ ତେବେ ଆମେ ଜିତିଯିବା। ସେ କହିଛନ୍ତି ଯେ ଭଗବାନ ମୁରୁଗନ ତାଙ୍କର ରକ୍ଷା କରିଛନ୍ତି ଏବଂ ଏହା ଦେଖି ତାଙ୍କ ସ୍ବାମୀଙ୍କୁ ମୁରୁଗନଙ୍କ ଉପରେ ବିଶ୍ବାସ ହୋଇଯାଇଛି। ଏହା ସହିତ ସେ କହିଥିଲେ ଏହି ଦୁର୍ଘଟଣା କାହାର ଷଡ଼ଯନ୍ତ୍ର ଲାଗୁଛି କାରଣ ତାଙ୍କ ଗାଡ଼ି ସାଇଡରେ ଥିବାବେଳେ ସାମନାରୁ ଟ୍ୟାଙ୍କର ଧକ୍କା ମାରିଥିଲା।

Leave A Reply

Your email address will not be published.