ନୂଆଦିଲ୍ଲୀ: ମହାମାରୀ କରୋନାକୁ ନଜରରେ ରଖି ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଶୀତକାଳୀନ ଅଧିବେଶନକୁ ଆଗାମୀ ମୌସୁମୀ ଅଧିବେଶନ ସହ ମିଶାଇ ଦିଆଯାଇଛି । କୁହାଯାଉଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଦ୍ରୁତି ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ।ଗତ ସେପ୍ଟେମ୍ବର ମାସରେ ସଂସଦର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଅନିଶ୍ଚିତ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ସ୍ୱଳ୍ପ ଅବଧିର ଅଧିବେଶନରେ ସଂସଦର ଉଭୟ ଗୃହରେ ୨୫ ବିଧେୟକ ପାରିତ ହୋଇଥିଲା । ରାଜ୍ୟସଭାରେ ହଙ୍ଗାମା ଯୋଗୁଁ ବିପକ୍ଷ ଦଳର ୮ ଜଣ ସଦ୍ୟସଙ୍କୁ ରବିବାର ଶେଷ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ରାଜ୍ୟସଭା ଓ ଲୋକସଭା ଉଭୟ ଗୃହ ଲଗାତାର ୧୦ ଦିନ ଯାଏଁ ଚାଲିଥିଲା ।
