ଜାସିଣ୍ଡା ଅର୍ଡରନ୍ ଦ୍ୱିତୀୟବାର ହେଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ୱିଲିଂଟନ: ଜାସିଣ୍ଡା ଆର୍ଡରନ ଶୁକ୍ରବାର ଦ୍ୱିତୀୟ ଥର ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଜାସିଣ୍ଡାଙ୍କ ବାମପନ୍ଥୀ ଲେବର ପାର୍ଟି ଅଭୂତପୂର୍ବ ବିଜୟ ହାସଲ କରିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର  ଦଳକୁ ଅଧିକ ଆଶନ ମଧ୍ୟ ମିଳିଛି। ରାଜଧାନୀ ୱିଲିଂଟନସ୍ଥିତ ସରକାରୀ ଭବନରେ ଅନୁଷ୍ଠିତ ସମାରୋହରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଇଂରାଜୀ ଓ ମାଓରୀ ଭାଷାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।ଦେଶରେ କୋଭିଡ-୧୯ ମଧ୍ୟରେ ଅନୁଷ୍ଠିତ ନିର୍ବାଚନରେ  ୪୦ବର୍ଷ ବୟସ୍କା ଅର୍ଡରନ୍‌ଙ୍କ ଦଳକୁ  ବେଶ ସଫଳତା ମିଳିଛି।  ନିର୍ବାଚନର ଫଳାଫଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦେଶରେ ବାମପନ୍ଥୀ ଲେବର ପାର୍ଟିର ଏହା ଐତିହାସିକ ବିଜୟ ବୋଲି କୁହାଯାଉଛି। ୧୨୦ ସଦସୀୟ ସଂସଦରେ ଏର୍ଡରନ୍‌ଙ୍କ ଦଳକୁ ୬୫ଟି ଆସନ ମିଳିଛି। ମୋଟ ଭୋଟରୁ ଏର୍ଡରନଙ୍କ ଦଳକୁ ୫୦ ପ୍ରତିଶତ ମିଳିଛି। ଅପରପକ୍ଷେ ମୁଖ୍ୟ ବିରୋଧୀ ଦଳ ନ୍ୟାସନାଲ ପାର୍ଟିର ଆସନ ସଂସଦରେ ୩୫ରୁ ୩୩କୁ ହ୍ରାସ ହୋଇଛି।

ନିର୍ବାଚନରେ ବିଜୟ ପରେ ଅର୍ଡରନ୍‌ ସୁଧାର ଲାଗି ତାଙ୍କ ପାଖରେ ସ୍ପଷ୍ଟ ବହୁମତ ଥିବା କହିଛନ୍ତି। ନିର୍ବାଚନରେ ସେ କୋଭିଡ-୧୯କୁ ତାଙ୍କ ଦଳର ପ୍ରସଙ୍ଗ କରିଥିଲେ। ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାର ସଂସ୍କାର ଲାଗି ସେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.