ହ୍ୟାଣ୍ଡସମ୍ ହଙ୍କ୍ ଶାହୀର ଶେଖ୍ ଗର୍ଲଫ୍ରେଣ୍ଡ ରୁଚିକା କପୁରଙ୍କୁ ବିବାହ କରିବେ

ମୁମ୍ବାଇ : ଶାହୀର ଶେଖ ନିକଟରେ ସୋସିଆଲ ମିଡିଆରେ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। ଶାହୀର ଗର୍ଲଫ୍ରେଣ୍ଡ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ କହିଥିଲେ ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି।ଏପରି କ୍ଷେତ୍ରରେ ତାଙ୍କ ମହିଳା ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି କିନ୍ତୁ ତଥାପି ପ୍ରଶଂସକ ଖୁସି ଅଛନ୍ତି। ଏବେ ଶୁଣିବାକୁ ମିଳିଛି ଯେ ଏମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ପ୍ଲାନିଂ କରିଛନ୍ତି।

ସୂଚନା ଅନୁଯାୟୀ ଶାହୀର ଏବଂ ରୁଚିକା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଇଣ୍ଟିମେଟ୍ ସେରେମନିରେ ବିବାହ କରିବେ। ଏଥି​‌ରେ କେବଳ ତାଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ।

ଶାହୀର ନିକଟରେ ରୁଚିକାଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ମାଇ ଗାର୍ଲ କହିଥିଲେ। ପରେ ଶାହୀର ରୁଚିକାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ନିଜ Ikigai କହିଥିଲେ। ଏହି ଜାପାନୀ ଶବ୍ଦର ଅର୍ଥ ବଞ୍ଚିବାର କାରଣ। ଏଭଳିଭାବେ ଶାହୀର ଈଶାରା ଈଶାରାରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।

Leave A Reply

Your email address will not be published.