ଓସ୍କାର ଆଓ୍ବାର୍ଡ ସହ ଦୁଇଟି ବାଫତା ପୁରସ୍କାର, ୩ଟି ଗୋଲ୍ଡେନ୍ ଗ୍ଲୋବ୍ସ ଆଓ୍ବାର୍ଡ ମଧ୍ୟ ଜିଣିଛନ୍ତି ସିନ୍ କନେରି
ନୂଆଦିଲ୍ଲୀ : ଜେମ୍ସ ବଣ୍ଡ ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସାର୍ ସିନ୍ କନେରିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପ୍ରଥମ ଅଭିନେତା ଭାବେ ବଡ଼ ପରଦାରେ ଜେମ୍ସ ବଣ୍ଡ ରୋଲ୍ ପ୍ଲେ କରିଥିଲେ ସିନ୍।ତେବେ ସେବେଠାରୁ ସେ ପ୍ରତି ଫିଲ୍ମରେ ନଜର ଆସିଛନ୍ତି। ୧୯୬୨ରୁ ୧୯୮୩ ମଧ୍ୟରେ ନୋ ଟୁ ୟୁ ଲାଇଭ୍ ଟ୍ବାଇସ୍, ପ୍ଲସ୍ ଡାଇମଣ୍ଡସ୍ ଆର ଫରଏଭର ଏବଂ ନେଭର ସେ ନେଭର ଏଗେନ୍ରେ ସିନ୍ ମଧ୍ୟ ରୋଲ ପ୍ଲେ କରିଥିଲେ। ସେ ଦୀର୍ଘ ସମୟ ଧରି ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିଥିଲେ । ଏପରିକି ୦୦୭ ଫ୍ରାଞ୍ଚାଇଜ୍ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ଜିଣିଥିଲେ ସିନ କନେରି।
ଏହାବ୍ୟତୀତ ସିନ୍ ମେରାଇନ୍(୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍ (୧୯୭୪), ଦ ମ୍ୟାନ୍ ହୁ ଉଡ୍ ବି କିଙ୍ଗ(୧୯୭୫), ଦ ନେମ୍ ଅଫ ଦ ରୋଜ୍ (୧୯୮୬), ହାଇଲ୍ୟାଣ୍ଡର (୧୯୮୬), ଫାଇଣ୍ଡିଙ୍ଗ ଫରେଷ୍ଟର(୨୦୦୦)ଭଳି ଅନେକ ଫିଲ୍କ କରିଛନ୍ତି ସିନ୍ କନେରି।
ବ୍ରେନ୍ ଦେ ପାଲ୍ମାରେ ପୋଲିସ ଅଧିକାରୀ ଭାବେ ରୋଲ୍ ପ୍ଲେ କରିଥିଲେ ସିନ୍। ଏଥିପାଇଁ ତାଙ୍କୁ ଓସ୍କାର ଆଓ୍ବାର୍ଡ ମିଳିଥିଲା। ଏହାସହ ଦୁଇଟି ବାଫତା ପୁରସ୍କାର, ୩ଟି ଗୋଲ୍ଡେନ୍ ଗ୍ଲୋବ୍ସ ଆଓ୍ବାର୍ଡ ମଧ୍ୟ ଜିଣିଛନ୍ତି ସିନ୍ କନେରି।