ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ୍

ମୁମ୍ବାଇ : ସିଙ୍ଘମ୍ ଫିଲ୍ମରୁ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି। ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ମୁମ୍ବାଇର ହୋଟେଲରେ ବିବାହ କରିଛନ୍ତି। କରୋନା ଯୋଗୁଁ ତାଙ୍କ ବିବାହରେ ବହୁତ କମ୍ ଲୋକ ସାମିଲ ହୋଇଥିଲେ। କେବଳ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା।

କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଉଭୟେ ସେମାନଙ୍କ ନୂଆ ଯାତ୍ରା ଆରମ୍ଭ କରିଛନ୍ତି।କନିଆଁ ବେଶରେ କାଜଲ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ବିବାହ ପାଇଁ ଲାଲ ରଙ୍ଗର ଲେହେଙ୍ଗା ବାଛିଥିଲେ। ମଥା ପଟ୍ଟି,କମରବନ୍ଧ ଏବଂ ହେଭି ନେକଲେସ୍ ତାଙ୍କ ଲୁକକୁ ପୂରା କରୁଛି। ଗୌତମ ହ୍ବାଇଟ୍ କଲରର ଶେରଓ୍ବାନିରେ ନଜର ଆସିଛନ୍ତି। ଉଭୟଙ୍କ ବରମାଳାର ରଙ୍ଗ ମଧ୍ୟ ହ୍ବାଇଟ୍। ଦୁହେଁ ଏକାଠି ମେଡ ଫର ଇଚ୍ ଅଦର ଲାଗୁଛନ୍ତି। ତାଙ୍କ ଓ୍ବେଡିଂ ଭେନ୍ୟୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଓ୍ବେଡିଂ ଭେନ୍ୟୁ ଧଳା ଫୁଲରେ ସଜା ଯାଇଛି। ସବୁ କିଛି ବହୁତ କ୍ଲାସି ଲୁକ୍ ଦେଉଛି।

କାଜଲଙ୍କ ବିବାହ ପୂର୍ବରୁ ସଙ୍ଗୀତ ସେରେମନି ହୋଇଥିଲା। କାଜଲଙ୍କ ସଙ୍ଗୀତ,ମେହେନ୍ଦୀର ଫଟୋ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ପସନ୍ଦ କରାଯାଇଥିଲା। କାଜଲଙ୍କ ବିବାହ ପରେ ତାଙ୍କ ଓ୍ବେଡିଂ ଫଟୋ ଭାଇରାଲ୍ ହେଉଛି।କାଜଲଙ୍କ ସ୍ବାମୀ ଗୌତମ କିଚଲୁ ଜଣେ ଏଣ୍ଟରପ୍ରେନ୍ୟୋର ଏବଂ ଡିସ୍ସର୍ଣ୍ଣ ଲିଭିଂ ଡିଲଡିଜାଇନ୍ ଶପ୍‌ର ଫାଉଣ୍ଡର ଏବଂ ଜଣେ ଇଣ୍ଟେରିୟର ଡିଜାଇନର।ହାଉସ୍ ଡିଜାଇନ୍ ବ୍ୟତୀତ ଗୌତମ କିଚଲୁଙ୍କ କମ୍ପାନୀ ଫର୍ଣ୍ଣିଚର,ଡେକୋର ଆଇଟମ୍ସ,ପେଣ୍ଟିଂସ୍ ଏବଂ ଅନ୍ୟ ହାଉସହୋଲ୍ଡ ଜିନିଷ ସେଲ୍ କରନ୍ତି।

Leave A Reply

Your email address will not be published.