ବୈଷ୍ଣବୀ ସିଂହ ମିସ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୦ ଟାଇଟଲ୍‌ ଜିଣିଲେ, ଛୁଟୁଛି ଅଭିନନ୍ଦନର ସୁଅ

ପଞ୍ଜାବ:  ମିସ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୦ର ଫଳାଫଳ ଆସିସାରିଛି। ପଞ୍ଜାବର ଲୁଧିଆନାରେ ଇମ୍ପେରିଆଲ୍‌ ଗ୍ଳିଟ୍‌ଜ୍‌ ଦ୍ବାରା ଆୟୋଜିତ ମିସ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୦ ଟାଇଟଲ୍‌ ଜିଣିଛନ୍ତି ଉତ୍ତରପ୍ରଦେଶ ମଉ ଜିଲ୍ଲାର ଝିଅ ବୈଷ୍ଣବୀ ସିଂହ। ବୈଷ୍ଣବୀ  ଏହି ଟାଇଟଲ୍‌ ଜିଣି ରାଜ୍ୟ ସମେତ ନିଜ ଅଞ୍ଚଳର ଗୌରବ ବଢ଼ାଇଛନ୍ତି।

୨୦ ବର୍ଷୀୟା ବୈଷ୍ଣବୀ ଏଏଫଏଫଟିର ଛାତ୍ରୀ । ତେବେ ବୈଷ୍ଣବୀ ପଢ଼ା​‌ରେ ଯେମିତି ନିପୁଣ ଅନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ବେଶ ପାରଦର୍ଶିତା ରହିଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପଢ଼ିବା ସହ ମଡେଲିଂ ପାଇଁ ତାଙ୍କର ବେଶ ଇଚ୍ଛା ଥିଲା। ମିସ୍‌ ଇଣ୍ଡିଆ ପ୍ରତିଯୋଗୀତାରେ ସାମିଲ ହେବାକୁ ବୈଷ୍ଣବୀ ସବୁ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ କରୋନା କଟକଣା ତାଙ୍କ ଅଭ୍ୟାସ ଉପରେ ସାମୁୟିକ ପ୍ରଭାବ ପକାଇଥିଲା। କିନ୍ତୁ ଉଚିତ ସମୟରେ ପ୍ରତିଯୋଗୀତା ଆରମ୍ଭ ହେବା ଓ ତାଙ୍କର ଲଗାତର ପ୍ରୟାସ ଆଜି ତାଙ୍କୁ ସଫଳତା ଆଣି ଦେଇଛି ବୋଲି ବୈଷ୍ଣବୀ କହିଛନ୍ତି।ମଉ ଜିଲ୍ଲାରେ ବୈଷ୍ଣବୀ  ମିସ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୦ ଜିଣିବା ଖବର  ପ୍ରସାର ହେବା ପରେ ତାଙ୍କ ଘରେ ଶୁଭେଛୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ତାଙ୍କ ସଫଳତାରେ ବେଶ ଖୁସି ବୈଷ୍ଣବୀଙ୍କ ବାପା। ସେ ଆଗାମୀ ପ୍ରତିଯୋଗୀତା ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ଦେଶର ନାଁ ବିଶ୍ବସ୍ତରରେ ଉଜ୍ବଳ କରାଇବାକୁ ବୈଷ୍ଣବୀ ପ୍ରଚେଷ୍ଟା କରୁଥିବା ତାଙ୍କ ବାପା ଏଚ ଏନ ସିଂହ ପଟେଲ କହିଛନ୍ତି।

Leave A Reply

Your email address will not be published.