ଫରିଦାବାଦର ବଲ୍ଲଭଗଡରେ ଜଣେ ଯୁବତୀଙ୍କୁ ନିର୍ମମ ହତ୍ୟା

ଫରିଦାବାଦ: ଫରିଦାବାଦର ବଲ୍ଲଭଗଡରେ ଜଣେ ଯୁବତୀଙ୍କୁ ନିର୍ମମ ହତ୍ୟା । ଦିନ ଦିପପରେ କରାଯାଇଥିବା ଆଉ ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଛି ସିସିଟିଭିରେ । ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ମଙ୍ଗଳବାର ଦିନ ସକାଳେ ଉତ୍ୟକ୍ତ ଲୋକେ ମାଂସ ଦୋକାନରେ ପଶି ଦୋକାମ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଯଦିଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଲୋକଙ୍କୁ ଶାନ୍ତ କରିଥିଲା । ଏହା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ସହ ଯୁବତୀଙ୍କ ପରିବାର ମଧ୍ୟ ରାସ୍ତାରେ ଓହ୍ଲାଇଛନ୍ତି ।

ମୃତ ଯୁବତୀଙ୍କ ପରିବାର କହିଛନ୍ତି ଯେ, ଏହା ପ୍ରେମ ସମ୍ପର୍କ ଜନିତ ଘଟଣା । ଆମେ କର୍ତ୍ତୃପକ୍ଷଙ୍କ ନିକଟରେ ଆମ ଦାବି ରଖିଛୁ । ଏହାସହ, ଯୁବତୀଙ୍କ ମାଆ କହିଛନ୍ତି ଯେ ଅପରାଧୀମାନେ ମୋ ଝିଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଠିକ୍ ସେମିତି ଏନକାଉଣ୍ଟର କରାଯାଉ । ଏନକାଉଣ୍ଟର ନହେବା ପର୍ଯ୍ୟନ୍ତ, ମୁଁ ମୋ ଝିଅର ଶବ ସଂସ୍କାର କରିବି ନାହିଁ । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌଫିକଙ୍କୁ ଗିରଫ କରିଛି । କୁହାଯାଉଛି ଯେ ୨୦୧୮ରେ ମଧ୍ୟ ନିକିତାଙ୍କ ପରିବାର ତୌଫିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, କିନ୍ତୁ ପରେ ମାମଲାର ସମାଧାନ ହୋଇଯାଇଥିଲା ।

Leave A Reply

Your email address will not be published.